mission shakti banner

ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ; ସିନ୍ଧୁ ସେମିଫାଇନାଲରେ ପରାସ୍ତ

BSKY banner  750×100
0

ଲଣ୍ଡନ: ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପରେ ଭାରତୀୟ ଚ୍ୟାଲେଞ୍ଜ୍‌ ସମାପ୍ତ ହୋଇଛି। ମହିଳା ସିଙ୍ଗଲ୍‌ସ ସେମିଫାଇନାଲରେ ଭାରତର ପି.ଭି. ସିନ୍ଧୁ ପରାସ୍ତ ହୋଇ ଯାଇଛନ୍ତି। ଶନିବାର ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ବିଶ୍ୱର ୩ନଂ ଖେଳାଳି ସିନ୍ଧୁଙ୍କୁ ବିଶ୍ୱର ୨ନଂ ଖେଳାଳି ଜାପାନର ଆକାନେ ୟାମାଗୁଚି ପରାସ୍ତ କରିଛନ୍ତି। ସିନ୍ଧୁ ପ୍ରଥମ ଗେମ୍‌କୁ ଜିତି ନେଇଥିଲେ ହେଁ ୨ୟ ସିଡ୍‌ ୟାମାଗୁଚି ଲଢ଼ୁଆ ପ୍ରଦର୍ଶନ କରି ପରବର୍ତ୍ତୀ ୨ଟି ଗେମ୍‌ ଜିତି ନେଇଥିଲେ। ରବିବାର ଫାଇନାଲରେ ବିଶ୍ୱ ମାନ୍ୟତାର ପ୍ରଥମ ୨ଟି ସ୍ଥାନରେ ଥିବାଚାଇନିଜ୍‌ ତାଇପେର ତାଇ ଜୁ-ୟିଙ୍ଗ୍‌ ଓ ଆକାନେ ୟାମାଗୁଚିଙ୍କ ମଧ୍ୟରେ ମୁକାବିଲା ହେବ।
ସାଇନା ନେହୱାଲଙ୍କ ପରେ ୨ୟ ଭାରତୀୟ ଭାବେ ଅଲ୍‌ଇଂଲଣ୍ଡ ଚମ୍ପିଆନ୍‌ସିପ୍‌ର ଫାଇନାଲରେ ସିନ୍ଧୁ ପ୍ରବେଶ କରିଥିଲେ ହେଁ ଫାଇନାଲରେ ପହଞ୍ଚି ପାରିନାହାନ୍ତି। କ୍ୱାର୍ଟରଫାଇନାଲ୍‌ରେ ଜାପାନର ନୋଜୁମି ଓକୁହାରାଙ୍କୁ ପରାସ୍ତକରି ଫାଇନାଲରେ ପହଞ୍ଚିଥିବା ସିନ୍ଧୁ ଆଉ ଜଣେ ଜାପାନୀ ଖେଳାଳିଙ୍କଠାରୁ ହାରିବା ସହ ଆଗକୁ ଯାଇ ପାରିନାହାନ୍ତି। ମ୍ୟାଚ୍‌ ଆରମ୍ଭରୁ ସିନ୍ଧୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ୬-୦ରେ ଆଗୁଆ ହୋଇ ଯାଇଥିଲେ। ତେବେ ୟାମାଗୁଚି ପରେ ଲଢ଼ୁଆ ପ୍ରଦର୍ଶନ କରି ସ୍କୋର୍‌କୁ ୧୫-୧୫ କରିଥିଲେ। ହେଲେ ଏହାପରେ ସିନ୍ଧୁ ଶେଷ ପର୍ଯ୍ୟନ୍ତ ଆଗୁଆ ରହିଥିଲେ ଏବଂ ପ୍ରଥମ ଗେମ୍‌କୁ ୨୧-୧୯ରେ ଜିତି ନେଇଥିଲେ। ୨ୟ ଗେମ୍‌ରେ ମଧ୍ୟ ଉଭୟ ଖେଳାଳିଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା ଏବଂ ଏହାକୁ ୟାମାଗୁଚି ଜିତିବାରେ ସଫଳ ହୋଇଥିଲେ। ଉଭୟ ଖେଳାଳି ଗୋଟିଏ ଲେଖାଏଁ ଗେମ୍‌ ଜିତିବା ପରେ ୩ୟ ଗେମ୍‌ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଥିଲା। ତେବେ ସିନ୍ଧୁ ଆରମ୍ଭରୁ ୧୮-୧୭ ପର୍ଯ୍ୟନ୍ତ ଆଗରେ ରହିଥିଲେ। ତେବେ ୟାମାଗୁଚି କ୍ରମାଗତ ୪ ପଏଣ୍ଟ ଜିତି ମ୍ୟାଚ୍‌ ହାତେଇ ନେଇଥିଲେ।

Leave A Reply