www.samajalive.in
Monday, December 15, 2025
24.1 C
Bhubaneswar

ମାଲକାନଗିରିରେ ‘ପୁଷ୍ପା-୨’ର ନିର୍ଦେଶକଙ୍କ ସହ ୨୦ ଜଣିଆ ଦଳ, ଖୁବ୍‌ଶୀଘ୍ର ଆରମ୍ଭ ହେବ ଶୁଟିଂ

ମାଲକାନଗିରି: ଦକ୍ଷିଣ ଭାରତର ପ୍ରସିଦ୍ଧ ସିନେ ପ୍ରଯୋଜନା ସଂସ୍ଥା ମୈତ୍ରୀ ମୁଭି ମେକରର ‘ପୁଷ୍ପା’ ଚଳଚ୍ଚିତ୍ର ୨୦୨୧ ମସିହାରେ ମୁକ୍ତିଲାଭ କରିବାପରେ ଅପୂର୍ବ ସଫଳତା ପାଇଥିଲ।। ଚଳଚ୍ଚିତ୍ରର ନିର୍ଦେଶକ ସୁକୁମାର ଓ ଏହାର ପ୍ରଯୋଜନା ସଂସ୍ଥା ‘ପୁଷ୍ପା-୨’ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ କିଛିଦିନ ପୂର୍ବେ ଏହାର ପ୍ରଯୋଜନା ସଂସ୍ଥାର ଭେଙ୍କଟେଶ୍ୱର ରାଓ ଆସି ମାଲକାନଗିରି ଜିଲ୍ଲାପାଳ ଓ ଏସ୍‌ପିଙ୍କଠାରୁ ଚଳଚ୍ଚିତ୍ର ଶୁଟିଂ ଓ ଏହି ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲିବା ନିମନ୍ତେ ଅନୁମତି ଲୋଡିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ପ୍ରଥମେ ଏହି ସଂସ୍ଥାର ଫାଇଟ ମାଷ୍ଟର ପିଟର ହାଇନ୍ସ, କଳା ନିର୍ଦେଶକ ରାମକ୍ରିଷ୍ଣା, ଫାଇଟ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁଭ୍ରମଣ୍ୟମ, ସହନିର୍ଦେଶକ ପ୍ରସାଦ, କ୍ୟାମେରାମ୍ୟାନ୍‌ ଦେବରାଜ ପ୍ରମୁଖ ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡା, ଝୁଲାପୋଲ ସମେତ ସ୍ପିଲବାଇ ଅର୍ଦ୍ଧ ନିର୍ମିତ ପୋଲକୁ ବୁଲି ଦେଖିଥିଲେ। ତେବେ ଶୁକ୍ରବାର ଖୋଦ୍ ଚଳଚ୍ଚିତ୍ରର ନିର୍ଦେଶକ ସୁକୁମାର ଓ ଜର୍ମାନରୁ ଆସିଥିବା କ୍ୟାମେରା ମୁଖ୍ୟ କୁବାଙ୍କ ସମେତ ୨୦ଜଣିଆ ଦଳ ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ପୋଲେରୁ, ମାନ୍ୟମକୋଣ୍ଡା ପ୍ରଭୃତି ଅଞ୍ଚଳ ବୁଲି ଦେଖିଛନ୍ତି। ଆଗାମୀ ଦୁଇମାସ ମଧ୍ୟରେ ଏହି ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହେବ ବୋଲି ଖୋଦ୍ ନିର୍ଦେଶକ ସୁକୁମାର ପ୍ରକାଶ କରିଛନ୍ତିା

ମାଲକାନଗିରି ଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର। ଏଠାରେ ନଦୀ, ନାଳ, ପର୍ବତ ଚଳଚ୍ଚିତ୍ର ପାଇଁ ଏକ ସୁନ୍ଦର ବାତାବରଣ ସୃଷ୍ଟି କରିଛିା ତେଣୁ ଆଗାମୀ ଦୁଇମାସ ମଧ୍ୟରେ ଅଲ୍ଲୁ ଅର୍ଜୁନଙ୍କ ସମେତ ଏହି ଚଳଚ୍ଚିତ୍ରର ଅନ୍ୟ କଳାକାରମାନେ ମାଲକାନଗିରି ଜିଲ୍ଲାରେ ଏହାର ଶୁଟିଂ ଆରମ୍ଭ କରିବେ ବୋଲି ସୁକୁମାର କହିଛନ୍ତିା ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଏହି ଚଳଚ୍ଚିତ୍ରର ଶୁଟିଂ ହେଉଥିବା ନେଇ ଏକ ଗୁଜବ ପ୍ରଚାର ହୋଇଥିଲା। ପ୍ରଥମ ଥର କରି ସେ ମାଲକାନଗିରି ଜିଲ୍ଲା ମାଟିରେ ପାଦ ଦେଇଥିବା କହିଛନ୍ତି ନିର୍ଦେଶକ ସୁକୁମାର। ସ୍ଥାନୀୟ ଜନସାଧାରଣ, ପୁଲିସ ପ୍ରଶାସନ ସହଯୋଗରେ ଏଠାରେ ଶୁଟିଂ କରାଯିବ ବୋଲି ସେ ପ୍ରକାଶ କରିଛନ୍ତିା ତେବେ ‘ପୁଷ୍ପା’ ଚଳଚ୍ଚିତ୍ର କେବଳ ଦକ୍ଷିଣ ଭାରତ ନୁହେଁ ସାରା ଭାରତରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା ବେଳେ ଏହି ଚଳଚ୍ଚିତ୍ରଟି ପ୍ରାୟ ୫୦୦ କୋଟି ଟଙ୍କାରେ ନିର୍ମାଣ ହେବ ବୋଲି ଜଣାପଡ଼ିଛିା ‘ପୁଷ୍ପା-୨’ରେ ମଧ୍ୟ ଚଳଚ୍ଚିତ୍ରର ନାୟକ ଭାବେ ସାଉଥ୍‌‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ନାୟିକା ରଶ୍ମିକା, ସାଇ ପଲ୍ଲବୀ, ସୁନିଲ, ଅନୁସୁୟା, ସାହାଦ୍‌‌ ଅସିମ, ଜଗଦୀଶ ପ୍ରସାଦ, ଅଜୟ ଘୋଷଙ୍କ ଭଳି ବହୁ କଳାକାର ରହିଛନ୍ତି। ‘ପୁଷ୍ପା-୨’ ମଧ୍ୟ ପ୍ରଥମ ଭାଗ ଭଳି ସଫଳତାର ଶୀର୍ଷରେ ରହିବ ବୋଲି ପ୍ରଯୋଜକମାନେ ଆଶା ରଖିଛନ୍ତିା ତେବେ ଏକଦା ମାଓବାଦୀଙ୍କ ଗଡ଼ ଥିବା ମାଲକାନଗିରି ଆଜି ପର୍ଯ୍ୟଟକ ଓ ସିନେ ପ୍ରଯୋଜକଙ୍କ ପାଇଁ ଶୁଟିଂ ସ୍ଥଳ ପାଲଟିଥିବା ଜିଲ୍ଲା ପାଇଁ ଏକ ଗୌରବ ଆଣି ଦେଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories