www.samajalive.in
Tuesday, December 9, 2025
15.1 C
Bhubaneswar

ରଥଖଳା ଖବର ; ଲାଗିଲା ଚଉଦ ନାହାକା

ପୁରୀ : ନିର୍ମାଣାଧିନ ତିନିରଥରେ ଶନିବାର ଚଉଦ ନାହାକା ଲଗାଯାଇଛି। ଦ୍ବିତୀୟ ଭୂଇଁ ପକାଯାଇଥିବା ବେଳେ ତୃତୀୟ ଭୂଇଁ ନିର୍ମାଣ ରଥଖଳାରେ ଶେଷ ହୋଇଛି। ଚାରିନାହାକାରେ ଛ’କାଠି ଲଗାଯାଇଛି। ଚତୁଃପାର୍ଶ୍ବରେ ଯୋଖା ସଂଯୋଗ କରାଯାଇଛି। ଖପୁରିଆ କରତକଳରୁ ପୋଟଳ ପଟା ଆସି ପହଞ୍ଚିଛି। ରବିବାରଠାରୁ ପୋଟଳ ନିର୍ମାଣ କରାଯିବ। ​‌ରୂପକାରମାନେ ଚାରପରିଛାରେ ଡାଳି ଏବଂ ଲତା ଖୋଦେଇ କରୁଛନ୍ତି। ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ବାରା କଣ୍ଟାକବ୍‌ଜା ପ୍ରସ୍ତୁତ କରାଯାଉଛି। ରବିବାରଠାରୁ ଚିତ୍ରକାର ସେବକମାନେ ପାର୍ଶ୍ବ ଦେବଦେବୀଙ୍କୁ ରଙ୍ଗ କରିବା କାର୍ଯ୍ୟକ୍ରମ ରହିଛି। ରଥକନା ଏବଂ ରଥଦଉଡି ଆସି ପହଞ୍ଚିଛି। ଦରଜି ସେବକଙ୍କ ଦ୍ବାରା ରଥକନା ସିଲାଇ କରାଯିବ। ରଥ ନିର୍ମାଣ କାର୍ଯ୍ୟରେ ମହାରଣା, ଭୋଇ, ରୂପକାର, କମାର, ଚିତ୍ରକର ​‌ସେବକ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକବର୍ଷ ରଥଯାତ୍ରା ପୂର୍ବଦିନ ରଥନିର୍ମାଣ କାର୍ଯ୍ୟ ଶେଷ ହୋଇଥାଏ। ଚଳିତବର୍ଷ ଏହାର ଯଥେଷ୍ଟ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷହେବା ସମ୍ଭାବନା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories