‘ତ୍ୟାଗ ଓ ସେବାର ପ୍ରତୀକ ଗୋପବନ୍ଧୁ’ ଶୀର୍ଷକ ଆଲୋଚନଚକ୍ର

ପୁରୀ : ପୁରୀ ଗୋପବନ୍ଧୁ ଭବନରେ ଲୋକ ସେବକ ମଣ୍ଡଳ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ତ୍ୟାଗ ଓ ସେବାର ପ୍ରତୀକ ଗୋପବନ୍ଧୁ’ ଶୀର୍ଷକ ଆଲୋଚନଚକ୍ର ଆୟୋଜିତ  ହୋଇଯାଇଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ ପ୍ରାକ୍ତନ ନିର୍ଦ୍ଦେଶକ ଡଃ କୈଳାଶ ଚନ୍ଦ୍ର ତିକାୟତରାୟ, ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବାସୁଦେବ ଛାଟୋଇ, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପ୍ରାକ୍ତନ ପ୍ରଫେସର ଡାକ୍ତର ଦେବ ପ୍ରସାଦ ଦାଶ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ବିରେନ୍ଦ୍ର ମହାନ୍ତି, ବିଶିଷ୍ଟ ଗାନ୍ଧୀବାଦୀ ଗୌରାଙ୍ଗ ଚରଣ ପରିଡ଼ା, ପ୍ରଫେସର ପ୍ରଭାତ ରଞ୍ଜନ ମହାପାତ୍ର, ଶିକ୍ଷାବିତ୍ ବିଶ୍ଵନାଥ ବେହେରା, ପୂରୀ ମହିଳା କଲେଜ ଅଧ୍ୟକ୍ଷ ଡ଼ଃ ବିଶ୍ଵନାଥ ବଳିଆରସିଂହ, ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ‘ସମାଜ’ ଜିଲା ପ୍ରତିନିଧି ଜଗନ୍ନାଥ ବସ୍ତିଆ କାର୍ଯକ୍ରମ ପରିଚାଳନା କରିଥିଲେ।

prayash

ସର୍ବୋଦୟ ମେଳା କମିଟି ସମ୍ପାଦକ ଶିବ ପ୍ରସାଦ ମିଶ୍ର, ଉତ୍କଳ ବିଦ୍ୱତ ପରିଷଦ ଅଧ୍ୟକ୍ଷ ମନୋଜ କୁମାର୍ ରଥ, ସମାଜସେବୀ ବଦ୍ରି ମିଶ୍ର, ମାନବ ଅଧିକାର ସୁରକ୍ଷା ଟ୍ରଷ୍ଟ ସଭାନେତ୍ରୀ ପ୍ରାନ୍ତ ସିନି ଜେନା, ପୂରୀ ସେବା ସମିତି ସମ୍ପାଦକ ସୌମେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.