www.samajalive.in
Sunday, December 7, 2025
26.1 C
Bhubaneswar

ଲିଭୁନି ନିଆଁ ; ୧୬ ଘଣ୍ଟା ପରେ ମଧ୍ୟ ସ୍ଥିତି ଅଣାୟତ୍ତ

ଡେସ୍କ :  ପୁରୀ ବଡଦାଣ୍ଡ ମରଚିକୋଟ ଛକରେ ଲକ୍ଷ୍ମୀ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା ସମ୍ରାଟ ହୋଟେଲରେ ଲାଗିଥିବା ନିଆଁ ଏବେ ମଧ୍ୟ ଲିଭିନି । ଦୀର୍ଘ ୧୬ ଘଣ୍ଟା ଧରି ଅଗ୍ନିଶମ କର୍ମଚାରୀ ନାକେଦମ୍‌ ହେଲେଣି । ସମଗ୍ର ପୁରୀ ସହର ଧୂଆଁମୟ ହୋଇପଡିଛି। ମାର୍କେଟ କମ୍ପ୍ଳେକ୍ସର ପାଚେରୀ ନଥିବା ଓ ପ୍ରବେଶ ଏବଂ ପ୍ରସ୍ଥାନ ଲାଗି ଏକମାତ୍ର ସଂକୀର୍ଣ୍ଣ ରାସ୍ତା ଥିବାରୁ ନିଆଁକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଛି । ଓଡ୍ରାଫ୍‌ ଟିମ୍‌ଙ୍କ ସମେତ ଅଗ୍ନିଶମ ସେବା ସଂସ୍ଥାର ପ୍ରାୟ ୧୫୦ ଜଣ କର୍ମଚାରୀ ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ୧୨ରୁ ଅଧିକ ଅଗ୍ନିଶମ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। କଟକ ଓ ଭୁବନେଶ୍ୱରରୁ ଷ୍ଟ୍ରାଇକିଂ ଫୋର୍ସ ଆସି ନିଆଁ ଲିଭା କାର୍ଯ୍ୟରେ ଲାଗିଥିବା ଜଣାପଡିଛି।

ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟୟ ପୁରୀରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।ପୁରୀ ଏସ୍‌ପି କେ.ବିଶାଲ ସିଂହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅନ୍ୟ ପକ୍ଷରେ ନିଆଁ ଲିଭାଇବା ବେଳେ ଆହତ ହୋଇଥିବା ଅଗ୍ନିଶମ ବାହିନୀର ୩ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଜଣାପଡିଛି ।

- Advertisement -

ମାର୍କେଟ୍‌ କମ୍ପ୍ଲେକ୍ସର ତଳ ମହଲାରେ ଥିବା ଏକ ଲୁଗା ଦୋକାନରେ ବୁଧବାର ରାତି ୮ଟାରେ ସଟ୍‌ ସର୍କିଟ୍‌ ହୋଇ ନିଆଁ ଲାଗିବା ପରେ ତାହା ଉପର ମହଲାକୁ ବ୍ୟାପୀ ଯାଇଥିଲା ।  ଦ୍ୱିତୀୟ ମହଲାରେ ଥିବା ଏକ ବ୍ୟାଙ୍କ ଓ ଲୁଗା ଦୋକାନରେ ନିଆଁ ଲାଗିଥିଲା।ଉପର ମହଲରୁ ଏବେ ବି ପର୍ଯ୍ୟାପ୍ତ ପରିମାଣର ଧୂଆଁ ବାହାରୁଛି। ନିଆଁ ଲିଭାଇବା ଲାଗି ନିୟୋଜିତ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡିଛି । ଏମେ ମଧ୍ୟ ସ୍ଥିତି ଅଣାୟତ୍ତ ହୋଇ ରହିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories