mission shakti banner

ବିନା ଭକ୍ତରେ ହେବ ଶ୍ରୀକ୍ଷେତ୍ର ଚନ୍ଦନଯାତ୍ରା

BSKY banner  750×100

ପୁରୀ: ଚଳିତବର୍ଷ ବିନା ଭକ୍ତରେ ହେବ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଚନ୍ଦନଯାତ୍ରା। କେବଳ ପାଳିଆ ସେବକଙ୍କ ଗହଣରେ ମହାପ୍ରଭୁ ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବେ। ନୌବିହାର ସମୟରେ ଅନ୍ୟ କାହାରିକୁ ଚାପଡଙ୍ଗାରେ ରହିବାକୁ ଅନୁମତି ଦିଆଯିବ ନାହିଁ। ପାଳିଆ ସେବକମାନେ ମାସ୍କ ପରିବର୍ତ୍ତେ ମୁହଁରେ ଗାମୁଛା ବାନ୍ଧିବେ। ଠାକୁରମାନେ ଶ୍ରୀମନ୍ଦିରରୁ ବାହାରି ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବା ସମୟରେ ଭକ୍ତଙ୍କୁ ସଂକୀର୍ତ୍ତନ ପରିବେଷଣ କିମ୍ବା ଶୋଭାଯାତ୍ରାରେ ସାମିଲ ହେବାକୁ ସୁଯୋଗ ଦିଆଯିବ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବକଙ୍କ ମଧ୍ୟରେ ଶନିବାର ହୋଇଥିବା ଆଲୋଚନାରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଆଗାମୀ ୨୬ତାରିଖ ଅକ୍ଷୟତୃତୀୟାଠାରୁ ଶ୍ରୀଜୀଉଙ୍କ ପାରମ୍ପରିକ ଚନ୍ଦନଯାତ୍ରା ପୁରୀରେ ଅନୁଷ୍ଠିତ ହେବ। ଲକ୍‌ଡାଉନ କଟକଣା ଯୋଗୁଁ ଠାକୁରଙ୍କ ଏହି ସ୍ବତନ୍ତ୍ର ନୀତି ବନ୍ଦ କରାନଯାଇ ସୀମିତ ସଂଖ୍ୟକ ସେବକଙ୍କ ଦ୍ବାରା କରିବାକୁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ମନ୍ଦିର ପ୍ରଶାସନର ଏଭଳି କଟକଣାରେ ସହଯୋଗ କରିବାକୁ ସିଂହାରୀ, ମହାଜନ, ବିମାନବଡୁ ଏବଂ କୋଠଭୋଗ ସୁଆର ସେବକ ସମ୍ମତି ଜଣାଇଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦ୍ବାଦଶଯାତ୍ରା ମଧ୍ୟରେ ଚନ୍ଦନଯାତ୍ରା ଅନ୍ୟତମ।

Comments are closed.