www.samajalive.in
Saturday, December 13, 2025
14.1 C
Bhubaneswar

ପ୍ରେମିକାଙ୍କୁ ଗାଡିରେ ବସି ବୁଲାଇବା ପଡିଲା ମହଙ୍ଗା, ଗିରଫ କଲା ପୁଲିସ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଅନ୍ତର୍ଜାତୀୟ ବିମାନବନ୍ଦର ରାସ୍ତାରେ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ବାଇକରେ ବସାଇ ବୁଲାଇବା ମହଙ୍ଗା ପଡିଛି । ନିଜ ପ୍ରେମିକାଙ୍କୁ ବାଇକର ସିଟ୍ ପଛରେ ନ ବସାଇ ସେ ପେଟ୍ରୋଲ ଟ୍ୟାଙ୍କ ଉପରେ ବସାଇ ବାଇକ୍ ଚଳାଉଥିଲେ । ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଲିସ ସେହି ଯୁବକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

- Advertisement -

ମେ ୧୭ରେ ଘଟିଥିଲା ଏହି ଘଟଣା । ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ଏନେଇ ତନାଘନା କରିଥିଲା । ଏଥିରେ ଯୁବତୀ ଜଣକ ବିନା ହେଲମେଟରେ ଯୁବକଙ୍କ କୋଳରେ ବସି ଯାଉଥିଲେ ।   ଏକ୍ସ ପ୍ଲାଟଫର୍ମରେ ମଧ୍ୟ ବେଙ୍ଗାଲୁରୁ ଟ୍ରାଫିକ୍ ପୁଲିସ ଏହି ଭିଡିଓ ସେୟାର କରିଛି । ଟ୍ରାଫିକ୍ ପୁଲିସ ଏକ୍ସ ପ୍ଲାଟଫର୍ମରେ ଲେଖିଛି କି ରୋମାଞ୍ଚ ପାଇଁ ଏଭଳି କାର୍ଯ୍ୟ କରନ୍ତୁ ନାହିଁ । ରାସ୍ତାରେ ଗାଡି ଚଳାଇବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ । ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେହି ଯୁବକଙ୍କୁ ଗିରଫ କରିଛି ପୁଲିସ୍ ।

ଏହି କାରର ବହୁତ ଚାହିଦା, ବାଧ୍ୟ ହୋଇ ବୁକିଂ ବନ୍ଦ କଲା କମ୍ପାନୀ

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories