ଅଚାନକ ୫୦ ଫୁଟ ଉପରୁ ଭାଙ୍ଗିଲା ଝୁଲା, ଭିଡିଓ ଦେଖିଲେ ଭୟ ଲାଗିବ

ନୂଆଦିଲ୍ଲୀ : ଆପଣ ଯାତ୍ରାରେ ଦୋଳିରେ ବସିଥିବେ ନିଶ୍ଚୟ । ଏଥିରେ ଭୟ ଲାଗିବା ସହ ସମସ୍ତେ ଏହାର ମଜା ମଧ୍ୟ ଉଠାଇଥାନ୍ତି । ତେବେ ବେଳେବେଳେ ଏଥିରେ ଦୁର୍ଘଟଣା ଘଟିବା ମାମଲା ସାମ୍ନାକୁ ଆସିଥାଏ । ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ୫୦ ଫୁଟ ଉଚ୍ଚରେ ଝୁଲୁଥିବା ସମୟରେ ଝୁଲାଟି ଭାଙ୍ଗିଯାଉଛି ।

 

View this post on Instagram

 

A post shared by WPD (@wpd2.0)

ଭିଡିଓରେ ନଜର ଆସୁଛି କି ସମସ୍ତେ ଝୁଲାରେ ବସି ଝୁଲିବାର ମଜା ନେଉଛନ୍ତି । କିନ୍ତୁ ଏହି ସମୟରେ ଅଚାନକ ଏହା ମଝିରୁ ଭାଙ୍ଗି ଯାଉଛି ଏବଂ ଦୁମ୍ କରି ତଳେ ପଡୁଛି । ଏହାକୁ ଦେଖି ସମସ୍ତେ ଆତଙ୍କିତ ହୋଇଯାଉଛନ୍ତି । ତେବେ କୁହାଯାଉଛି କି ଏହା ୨୦୨୯ ମସିହାର ଭିଡିଓ ଏବଂ ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୨୯ ଜଣ ଆହତ ହୋଇଥିଲେ ।

Comments are closed.