ବାତିଆ ସାହିବାସୀ ତାତିଲେ, ପାଣି ନାହିଁ ତ ଭୋଟ ନାହିଁ
ପାଟଣା : ପାଟଣା କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କଫୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଧାନବେଣୀ ବାତିଆ ସାହି ଗ୍ରାମରେ ପାଣି ପାଇଁ ଲୋକମାନେ ଅନେକ ଦୂରକୁ ପାଣି ଆଣିବାକୁ ଯାଉଛନ୍ତି । ବାତିଆ ସାହିରେ ଗୋଟିଏ ନଳକୂପ ଅଛି ହେଲେ ସେଠାରେ କମ କମ ପାଣି ବାହାରିବା ସହିତ ଆଇରନ୍ ପାଣି ବାହାରୁଥିବା ଲୋକେ ଅଭିଯୋଗ ଆଣୁଛନ୍ତି । ଲୋକେ ଅଭିଯୋଗ ଆଣୁଛନ୍ତି କି ସରପଞ୍ଚ ପାଣି ଟାଙ୍କି ସାହାଯ୍ୟରେ ୫ ଦିନ ପାଣି ଯୋଗାଇଲେ କିନ୍ତୁ ତାପରେ ଆଉ ସରପଞ୍ଚଙ୍କ ଦେଖା ମିଳୁନି । ଆଗକୁ ଭୋଟ ଆସୁଛି ଏବଂ ପାଣି ନ ପାଇଲେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
Comments are closed.