ଏହି କାରର ବହୁତ ଚାହିଦା, ବାଧ୍ୟ ହୋଇ ବୁକିଂ ବନ୍ଦ କଲା କମ୍ପାନୀ

ନୂଆଦିଲ୍ଲୀ : ଟୋୟୋଟା କିର୍ଲୋସ୍କର ମୋଟର ଡିସେମ୍ବର ୨୦୨୨ରେ ଟୋୟୋଟା ଇନୋଭା ହାଇକ୍ରସର ବଜାର ପ୍ରବେଶ କରିଥିଲା । ସେବେଠୁ ଏହି ଗାଡି ବହୁତ ବିକ୍ରି ହେଉଛି ଏବଂ ଭାରତରେ ଏହାର ଚାହିଦା ବହୁତ ଅଧିକ । କମ୍ପାନୀ ଏପ୍ରିଲ ୨୦୨୩ରେ ସବୁଠାରୁ ଟପ୍ ମଡେଲ ଜେଡଏକ୍ସ ଏବଂ ଜେଡଏକ୍ସ(ଓ) ହାଇବ୍ରିଡ୍ ଭେରିଏଣ୍ଟର ବୁକିଂ ରୋକିଦେଇଥିଲା । ଏହାକୁ ପୁଣି ବର୍ଷେ ପରେ ଏପ୍ରିଲ ୨୦୨୪ରେ ଆରମ୍ଭ କରାଯାଇଥିଲା । ଏବେ ପୁଣି ଏକ ମାସ ପରେ ଟେୟୋଟା ଏହି ଟପ୍ ମଡେଲ ହାଇବ୍ରିଡ୍ ଗାଡିର ବୁକିଂ ରୋକି ଦେଇଛି ।

ଏହି ଗାଡିଗୁଡିକର ବୁକିଂ ରୋକିବାର ସବୁଠାରୁ ବଡ କାରଣ ହେଉଛି ଏହାର ଓ୍ବେଟିଂ ପିରିୟଡ । ଏହି ହାଇବ୍ରିଡ୍ ଭେରିଏଣ୍ଟ ପାଇଁ ଓ୍ବେଟିଂ ପିରିୟଡ ପ୍ରାୟ ୧୫ ମାସ ପର୍ଯ୍ୟନ୍ତ ରହିଛି ଏବଂ ଆଶା କରାଯାଉଛି କି ଏହି ଓ୍ବେଟିଂ ପିରିୟଡ କମ୍ ହେବା ପରେ ପୁଣି ବୁକିଂ ଆରମ୍ଭ ହେବ । ତେବେ ଆପଣ ଏବେ କେବଳ ମିଡ୍-ଲେବଲ ଭିଏକ୍ସ ଏବଂ ଭିଏକ୍ସ(ଓ) ହାଇବ୍ରିଡ୍ ଗାଡି ବୁକ୍ କରିପାରିବେ । ଏହି ଗାଡିକୁ ବୁକ୍ କରିବା ପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଦେବାକୁ ହେବ । ଏହି ଗାଡି ପାଇଁ ଓ୍ବେଟିଂ ପିରିୟଡ୍ ପ୍ରାୟ ୩ ମାସ ।

ହାଇୱା-ବାଇକ ଧକ୍କା, ଗୋଟିଏ ପରିବାରର ୩ଜଣଙ୍କ ସମେତ ୪ ମୃତ

ନିକଟରେ ଟୋଟୋୟା ଇନୋଭା ହାଇକ୍ରସ୍ ଜିଏକ୍ସ(ଓ) ଭେରିଏଣ୍ଟ ଲଞ୍ଚ୍ କରିଛି ଯାହାର ପ୍ରାରମ୍ଭିକ ଦାମ୍ ୨୦.୯୯ ଲକ୍ଷ ଟଙ୍କା ରଖିଛି କମ୍ପାନୀ । ଏହି ନୂଆ ଭେରିଏଣ୍ଟ ପୁରୁଣା ଜିଏକ୍ସ ଭେରିଏଣ୍ଟରୁ ୧ ଲକ୍ଷ ଟଙ୍କା ଅଧିକ ମହଙ୍ଗା ଏବଂ ଏହାକୁ ୭ ଓ ୮ ସିଟର ଉଭୟ ବିକଳ୍ପ ସହିତ ଆଣିଛି କମ୍ପାନୀ । ଏଥିରେ ୧୦.୧ ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେଣ୍ଟମେଣ୍ଟ ସୁବିଧା ଅଛି ଯେଉଁଥିରେ ଆପଲ କାରପ୍ଲେ ଏବଂ ଆଣ୍ଡ୍ରଏଡ୍ ଅଟୋର ସୁବିଧା ମିଳିବ । ଏଥିରେ ୩୬୦ ଡିଗ୍ରୀ କ୍ୟାମେରା ଏବଂ ଫ୍ରଣ୍ଟ ପାର୍କିଂ ସେନ୍ସର ମିଳିବ ।

Comments are closed.