www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ : ୩ ବାଘ ଛୁଆର ସାହାରା ହେଲା ମାଆ କୁକୁର, ବାଘ ଛୁଆ କଲେ ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କିଛି ଦିନ ତଳେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ସଭିଏଁ ଥରେ ନିଶ୍ଚୟ ଚିନ୍ତା କରିବେ ସତରେ କ’ଣ ଏପରି ସମ୍ଭବ? ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିବା ସହ ମନଛୁଆଁ ମଧ୍ୟ। ଭିଡିଓଟି ହେଉଛି ବାଘ ଛୁଆ ଓ ମାଆ କୁକୁରର। ବାଘ ଛୁଆ ମାଆ କୁକୁର ନିକଟକୁ ଯାଇ ଏପରି କିଛି କରୁଛନ୍ତି, ଯାହା ବିଶ୍ୱାସ କରିବା କଷ୍ଟକର।


ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ ବାଘ ଛୁଆମାନେ ମାଆ କୁକୁର ନିକଟକୁ ଯାଇ ଆରାମରେ ତା’ଠାରୁ କ୍ଷୀର ଖାଉଛନ୍ତି। ଠିକ୍ ସେମାନଙ୍କ ମାଆ ଭଳି। ଏଭଳି ଦୃଶ୍ୟ ଯେତିକି ମନଛୁଆଁ ନଦେଖିଲେ କେହି ବିଶ୍ୱାସ ମଧ୍ୟ କରିବେ ନାହିଁ। ମାଆ କୁକୁର ମଧ୍ୟ ଏଥିରେ କୌଣସି ଆପତ୍ତି କରୁ ନାହିଁ। ଗୋଟିଏ ନୁହେଁ ବରଂ ୩ଟି ବାଘ ଛୁଆ ଭିଡିଓରେ ଦେଖିପାରିବେ। ବାଘ ଛୁଆ କୁକୁର ସହ ଖେଳୁଛନ୍ତି ମଧ୍ୟ। ଏହି ଭିଡିଓ କେଉଁ ସ୍ଥାନର ତାହାର ସ୍ପଷ୍ଟତା ମିଳିନାହିଁ।
ଭିଡିଓ ଦେଖିବା ପରେ ଲୋକେ ଏହାକୁ ଖୁବ୍ ପସନ୍ଦ କରିବା ସହ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କେହି ଲେଖିଛନ୍ତି ଖୁବ୍ ମନଛୁଆଁ, ମାଆ ତ ମାଆ, କେହି ଲେଖିଛନ୍ତି ମାଆର ହୃଦୟ ଖୁବ୍ ବଡ।

ଏସବୁ ଲକ୍ଷଣ ଦେଖାଯାଉଥିଲେ, ଶରୀରରେ ଉଚ୍ଚ କୋଲେଷ୍ଟେରୋଲ୍ ବୃଦ୍ଧିର ଦେଇଥାଏ ସଙ୍କେତ..

- Advertisement -

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories