www.samajalive.in
Saturday, December 6, 2025
15.1 C
Bhubaneswar

ଅହମ୍ମଦାବାଦ ବିମାନବନ୍ଦରରୁ ୪ ଆଇଏସଆଇଏସ ଆତଙ୍କୀ ଗିରଫ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନବନ୍ଦରରୁ ୪ ଜଣ ଆଇଏସଆଇଏସ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଗିରଫ ୪ ଆତଙ୍କବାଦୀ ଶ୍ରୀଲଙ୍କାର ନାଗରିକ ବୋଲି ଜଣାପଡ଼ିଛି। ଗୁଜରାଟ ଆଣ୍ଟି ଟେରର ସ୍କ୍ବାଡ୍‌(ଏଟିଏସ୍‌) ସେମାନଙ୍କୁ ଗିରଫ କରିଛି। ତେବେ କେଉଁ ମାମଲାରେ ସେମାନଙ୍କୁ ଗିରଫ କରାଯାଇଛି ସେନେଇ ସୂଚନା ମିଳିନାହିଁ।

ଗୁଜରାଟ ଡିଜିପି ବିକାଶ ସହାୟ କହିଛନ୍ତି ଯେ, ମହମ୍ମଦ ନୁସରତ, ମହମ୍ମଦ ନୁଫ୍ରାନ୍‌, ମହମ୍ମଦ ଫାରିସ ଓ ମହମ୍ମଦ ରାଜଦିନ ନାମକ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏମାନେ ଶ୍ରୀଲାଙ୍କା ନାଗରିକ ଏବଂ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟର ସକ୍ରିୟ ସଦସ୍ୟ। ସେମାନେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ସେ ଆହୁରି କହିଛନ୍ତି, ଚଳିତବର୍ଷ ଫେବୃଆରୀ ମାସରୁ ଏହି ଚାରି ଜଣ ପାକିସ୍ତାନରେ ରହୁଥିବା ଆଇଏସଆଇଏସ ନେତା ଅବୁ ସହ ଯୋଗାଯୋଗରେ ଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ସେମାନେ ତା’ ସହ ଯୋଗାଯୋଗରେ ଥିଲେ। ଅବୁ ସେମାନଙ୍କୁ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଉସୁକାଇଥିଲା। ସେମାନେ ଏତେ ଉଗ୍ରପନ୍ଥି ଯେ, ଆତ୍ମଘାତୀ ବିସ୍ଫୋରଣ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଇଥିଲେ। ପାକିସ୍ତାନୀ ବାସିନ୍ଦା ଅବୁ ସେମାନଙ୍କୁ ଶ୍ରୀଲଙ୍କା ମୁଦ୍ରାରେ ଚାରି ଲକ୍ଷ ଟଙ୍କା ମଧ୍ୟ ଦେଇଥିଲା।

- Advertisement -

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories