www.samajalive.in
Monday, December 15, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ : ଏମିତି ବି ବଦଳେ ସମୟ, ୩ ବିଲେଇକୁ ଭୁଆଁ ବୁଲାଇଲା ଗୋଟିଏ ମୂଷା..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ କେତେବେଳେ କେଉଁ ଭିଡିଓ ସାମ୍ନାକୁ ଆସିବ, ତାହା କହିବା ମୁସ୍କିଲ। ଏଭକି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। କିଛି ଏଭଳି ମଧ୍ୟ ଭିଡିଓ ରହିଛି, ଯାହାକୁ ଦେଖି ନିଜ ହସକୁ ରୋକି ପାରିବେ ନାହିଁ। ସେଭଳି ହିଁ ଏକ ଭିଡିଓ କିଛି ଦିନ ତଳେ ବେଶ ଭାଇରାଲ ହୋଇଛି। ଭିଡିଓଟି ବିଲେଇ ଓ ମୂଷାର। ମୂଷା କିଭଳି ୩ଟି ବିଲେଇକୁ ହଇରାଣ କରି ଦେଉଛି, ତାହା ଭିଡିଓ ଦେଖିଲେ ହିଁ ଜାଣିପାରିବେ।


ଭିଡିଓରେ ଦେଖିପାରିବେ, ଗୋଟିଏ ମୂଷା ଗାତରୁ ବାହାରିବା ମାତ୍ରେ ତା’ ସାମ୍ନାରେ ବିଲେଇକୁ ଦେଖୁଛି। ଗୋଟିଏ ନୁହେଁ ୩ଟି ବିଲେଇ ସେଠାରେ ଦେଖାଯାଉଛି। ମାତ୍ର ବିଲେଇକୁ ଦେଖି ଦୌଡି ନପଳାଇ ମୂଷା ବିଲେଇକୁ ହଇରାଣ କରୁଛି। ବିଲେଇ ମଧ୍ୟ ମୂଷାକୁ ଦେଖି ଭୟଭୀତ ହୋଇ ପଳାଉଛନ୍ତି।
ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ କେହି କେହି ଲେଖିଛନ୍ତି, ନିଜ ଆଖିକୁ ବିଶ୍ୱାସ କରି ହେଉ ନାହିଁ। ଅନେକ ଲୋକେ ମଜା କରି ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

ସାପ୍ତାହିକ ରାଶିଫଳ : ମେଷ ଠାରୁ ମୀନ, ମେ’ ୨୦ରୁ କେମିତି କଟିବ ; ଏମାନଙ୍କୁ ମିଳିବ ଧନ..

- Advertisement -

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories