ନୂଆଦିଲ୍ଲୀ : ନିକଟରେ ଗିନିଜ ୱାଲ୍ଡ ରେକର୍ଡର ସୋସିଆଲ ମିିଡିଆରେ ୧୦ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଆଇସକ୍ରିମର ଏକ ପୁରୁଣା ଭିଡିଓ ଶେୟାର କରିଛି। ଦୁନିଆର ସବୁଠାରୁ ବଡ ଆଇସକ୍ରିମ କୋନର ଗିନିଜ୍ ୱାଲ୍ଡ ରେକର୍ଡ ୨୦୧୫..। ଏକ କମ୍ପାନୀ ଦ୍ୱାରା ଏହା ତିଆରି କରାଯାଇଥିଲା। ଏହି ବିଶାଳ କୋନର ଓଜନ ପ୍ରାୟ ଏକ ଟନ୍ ଥିଲା ଓ ଏଥିରେ ୧,୦୮୦ ଲିଟର ଆଇସକ୍ରିମ୍ ରଖିବାର ଏହାର କ୍ଷମତା ଥିଲା।
ଭାଇରାଲ ହେଉଥିବା ଭିଡିଓରେ ଆଇସକ୍ରିମର ଝଲକ ଦେଖିପାରିବେ। କମ୍ପାନୀ କୋନକୁ ତିଆରି କରିବା ପରେ ଏହି କୋନକୁ ଭରିବା ପାଇଁ କର୍ମଚାରୀମାନେ କ୍ରିମକୁ ପ୍ରସ୍ତୁତ କଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଏହି କୋନକୁ ନେବା ପାଇଁ କାର୍ , ଟ୍ରକର ବ୍ୟବହାର କରାଯାଇ ନାହିଁ ବରଂ ଏକ ହେଲିକପ୍ଟର ବ୍ୟବହାର କରାଯାଇଛି। ରେକର୍ଡ କରାଯିବା ପରେ ଏହାକୁ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥିଲା।
ଦେଖନ୍ତୁ ଭିଡିଓ : ଏମିତି ବି ବଦଳେ ସମୟ, ୩ ବିଲେଇକୁ ଭୁଆଁ ବୁଲାଇଲା ଗୋଟିଏ ମୂଷା..



