ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ବଳିଦାନ ଆଗାମୀ ଯୁବ ପିଢୀ ପାଇଁ ଆଦର୍ଶ ହେବ

ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧୋତ୍ସବ

ଭୁବନେଶ୍ବର: ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷଙ୍କ ମଧ୍ୟରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସର୍ବାଗ୍ରେ ପୂଜିତ। ସେ ଥିଲେ ଏକାଧାରରେ ସମାଜସେବୀ, ସଂସ୍କାରକ, ବିଶିଷ୍ଟ ଶିକ୍ଷାବିତ୍‍, ଓକିଲ, ବ୍ୟବସ୍ଥାପକ ସଭ୍ୟ, କବିି ତଥା ସାମ୍ବାଦିକତା ଜଗତର ମଉଡମଣି। ଯେତେ ଉପାଧି ଦେଲେ ମଧ୍ୟ ତାହା ତାଙ୍କ ପାଇଁ ଯଥେଷ୍ଟ ନୁହେଁ । ସେ କେବଳ ଉତ୍କଳରମଣି ନଥିଲେ ବାସ୍ତବରେ ସେ ଥିଲେ ଭାରତରମଣି । ତାଙ୍କର ପ୍ରତି କବିତାରେ ବିଶ୍ୱ ଭାବନାର ଚିତ୍ର ପ୍ରତିଫଳିତ। ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ତ୍ୟାଗ ଓ ସେବାର ପ୍ରତୀକ। ଆଜିର ଯୁବ ସମାଜ ଉତ୍କଳମଣିଙ୍କର ତ୍ୟାଗମୟ ଜୀବନୀ ସଂପର୍କରେ ଅବଗତ ହେବା ସହ ସମସ୍ତେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ। ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ବଳିଦାନ ଆଗାମୀ ଯୁବ ପିଢୀ ପାଇଁ ଆଦର୍ଶ ହେବ ବୋଲି ପ୍ରକାଶ କରିବା ସହ ଆଜି ବି ଉତ୍କଳମଣୀଙ୍କ ସେବାରେ ତାଙ୍କର ମାନସପୂତ୍ର ସମାଜ ଓ ଲୋକ ସେବକ ମଣ୍ଡଳ ଦ୍ୱାରା ଯେଉଁ ମହତ କାର୍ଯ୍ୟ କରାଯାଉଛି ତାହା ପ୍ରଶଂସନୀୟ ବୋଲି ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧୋତ୍ସବ ଅବସରରେ ଯୋଗଦେଇ ବକ୍ତାମାନେ ପ୍ରକାଶ କରିଛନ୍ତି।

ଲୋକସେବକ ମଣ୍ଡଳ ଆନୁକୂଲ୍ୟରେ ଆଜି କଟକସ୍ଥିତ ଗୋପବନ୍ଧୁ ଭବନ ତଥା ‘ସମାଜ’ କାର୍ଯ୍ୟାଳୟ ପରିସରରେ ପୁଣ୍ୟଶ୍ଲୋକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ(ଏଏସଆଇ) ମହାନିର୍ଦେଶକ ପ୍ରଫେସର କିଶୋର କୁମାର ବାସା ଯୋଗଦେଇଛନ୍ତି। ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ବିଶ୍ବମଣି ଭାବେ ଅଭିହିତ କରି ରାଜ୍ୟପାଳ ସେ ମାନବବାଦର ପ୍ରବର୍ତ୍ତକ ଥିଲେ ବୋଲି ପ୍ରକାଶ କରିଥିଲେ। ପ୍ରଫେସର କିଶୋର କୁମାର ବାସା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବହୁମୁଖୀ ପ୍ରତିଭାର ଆଲୋଚନା କରିଥିଲେ।

prayash

ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲୋକ ସେବକ ମଣ୍ଡଳ ରାଜ କୁମାର, ଲୋକସେବ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ‘ସମାଜ’ ସମ୍ପାଦକ ନିରଞ୍ଜନ ରଥ, ଆଜୀବନ ସଦସ୍ୟ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଆଜୀବନ ସଦସ୍ୟ ରାଜେନ୍ଦ୍ର ଜେନା, ମୁଖ୍ୟ ପ୍ରବନ୍ଧକ ଶିବରାମ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଛନ୍ତି।

ଏହି ଅବସରରେ ଆଜି ଦାସେ ଆପଣେଙ୍କ ପାଇଁ ସାମୁହିକ ତିଳତର୍ପଣ, ସର୍ବଧର୍ମ ପ୍ରାର୍ଥନା ସଭା, ପଙକ୍ତିଭୋଜନ ଆଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

kalyan agarbati

Comments are closed.