www.samajalive.in
Sunday, December 7, 2025
23.1 C
Bhubaneswar

ଶାରଦୀୟ ଦୁର୍ଗାପୂଜା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ; ଆଜି ମାଆଙ୍କର ମହାନବମୀ ପୂଜା

କଟକ : ଶାରଦୀୟ ଦୁର୍ଗାପୂଜା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଡିଛି। ଜଗଜ୍ଜନନୀ ମାଆ ଦୁର୍ଗାଙ୍କ ପୂଜା ଆରାଧନାରେ ସମସ୍ତେ ନିଜକୁ ନିୟୋଜିତ କରିଛନ୍ତି। ପୂଜା ମଣ୍ଡପରେ ବିରାଜମାନ କରିଥିବା ମୃଣ୍ମୟ ଦେବୀଙ୍କର ମହାନବମୀ ପୂଜା ଗୁରୁବାର ଅନୁଷ୍ଠିତ ହେଉଛି। ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯାଇଛି। ତବେ ଶକ୍ତି ପୀଠରେ ଦେବୀମାନଙ୍କର ଆଜି ବିଶ୍ରାମ ନୀତି ରହିଛି। ଆସନ୍ତା କାଲି ଶୁକ୍ରବାର ବିଜୟା ଦଶମୀ ଅବସରରେ ସୋମନାଥ ବ୍ରତ ଓ ଅପରାଜିତା ପୂଜା ଅନୁଷ୍ଠିତ ହେବ।

- Advertisement -

ସାଂସ୍କୃତିକ ନଗରୀ କଟକ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ।  ଚକମକ ରଙ୍ଗୀନ ଆଲୋକ ଓ ସୁୁଉଚ୍ଚ ତୋରଣ ସହରର ଶୋଭାକୁ ଦ୍ୱିଗୁଣିତ କରୁଛି। ଅନୁକୂଳ ପାଗ ଯୋଗୁ ପୂଜା ମଣ୍ଡପରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଗତକାଲି ମହାଷ୍ଟମୀ ଅବସରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପରେ ପ୍ରବଳ ଭିଡ ଦେଖିବାକୁ ମିିିଳିଥିଲା। ବିଶେଷ କରି ଚାନ୍ଦି ମେଢ଼ ନିକଟରେ ଅଧିକ ଭିଡ ଦେଖିବାକୁ ମିଳୁଛି। ସୁନ୍ଦର ସାଜସଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଲୋକଙ୍କ ଭିଡ ଲାଗିରହିଛି। ଆଜି ସକାଳୁ ମଧ୍ୟ ପୂଜା ମଣ୍ଡପରେ ପ୍ରବଳ ଭିଡ ଦେଖିବାକୁ ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories