www.samajalive.in
Tuesday, December 9, 2025
26.1 C
Bhubaneswar

ନବରାତ୍ରରେ ଯଅ ବୁଣିବାର କାରଣ ଓ ମହତ୍ତ୍ୱ

ହିନ୍ଦୁଧର୍ମରେ ପ୍ରତ୍ୟେକ ପୂଜାପର୍ବର ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି। ମାତ୍ର ଏହି ନୀତିନିୟମର ଉଦ୍ଦେଶ୍ୟ ସଭିଁଙ୍କୁ ଜଣାନଥିବ। ନବରାତ୍ରରେ ଏକ ପାତ୍ରରେ ମାଟିରେ ଗହମ ଓ ଯଅକୁ ପୋତାଯାଇଥାଏ ଏବଂ ତାହା ନିକଟରେ କଳସର ସ୍ଥାପନା କରାଯାଇଥାଏ। ଏହାକୁ ପୂଜା କରାଯାଇଥାଏ। ମାତ୍ର ଏପରି କରିବାର କାରଣ ପଛରେ ଏକ ମୁଖ୍ୟ ଉଦ୍ଦେଶ୍ୟ ରହିଛି।
ନବରାତ୍ରରେ ଯଅ କିମ୍ବା ଗହମ ବୁଣିବା ପଛରେ ମାନ୍ୟତା ରହିଛି ଯେ, ସୃଷ୍ଟିର ଆରମ୍ଭରେ ସର୍ବପ୍ରଥମ ଫସଲ ଯଅ ଥିଲା। ତେଣୁ ଏହାକୁ ପୁଣ୍ୟ ପସଲ ବୋଲି ମଧ୍ୟ କୁହାଯାଇଥାଏ। ଯଅ ବୁଣିବାର ମୁଖ୍ୟ କାରଣ ହେଉଛି ଅନ୍ନକୁ ବ୍ରହ୍ମ କୁହାଯାଇଥାଏ, ତେଣୁ ଅନ୍ନର ସମ୍ମାନ କରିବା ଉଚିତ।
ଯଅ ଶୀଘ୍ର ବଢିବା ଦ୍ୱାରା ଗୃହରେ ସୁଖସମୃଦ୍ଧି ବୃଦ୍ଧିର ସଙ୍କେତ ଦେଇଥାଏ ବୋଲି କୁହାଯାଇଥାଏ।
ଯଅର ରଙ୍ଗ ଧବଳ ଓ ସିଧା ହେଲେ ଏହାକୁ ଶୁଭ ବୋଲି କୁହାଯାଇଥାଏ।
ଯଅର ରଙ୍ଗ ଯଦି ଶେଷ ଆଡ଼ୁ ହଳଦିଆ ଓ ଉପର ଆଡ଼ୁ ସବୁଜ ରଙ୍ଗ ହୁଏ, ତେବେ ଏହାର ସଙ୍କେତ ଯେ ବର୍ଷର ଆରମ୍ଭ ସମୟ ଭଲ ନ ହେଲେ ମଧ୍ୟ ବର୍ଷର ଶେଷ ସମୟ ଖୁବ ଭଲ ହେବ।
ଯଅ ଯଦି ଆରମ୍ଭରୁ ସବୁଜ ଓ ଘନ ହୋଇ ବଢେ, ତେବେ ଏହା ଆପଣଙ୍କୁ ବର୍ଷଯାକ ଶୁଭଫଳ ପ୍ରଦାନ କରିବ ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories