www.samajalive.in
Tuesday, December 9, 2025
15.1 C
Bhubaneswar

ଦରଦାମ ବୃଦ୍ଧି ପ୍ରତିବାଦରେ ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପେଟ୍ରୋଲ, ଡିଜେଲ, ଗ୍ୟାସ ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି ଗଣଧାରଣା ସହିତ ବିକ୍ଷୋଭ କରାଯାଇଥିଲା। ବ୍ଲକ କଂଗ୍ରେସ କମିଟି ସଭାପତି ହାଡୁବନ୍ଧୁ ମହାପାତ୍ର ଏବଂ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ନେତୃତ୍ବରେ ବେଗୁନିଆ ପୋଷ୍ଟ ଅଫିସ ଛକରୁ ଏକ ରାଲି ବାହାରି ବଜାର ପରିକ୍ରମା କରି ବେଗୁନିଆ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଏହି ବିକ୍ଷୋଭରେ ସ୍ୱତନ୍ତ୍ର ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇ ଦେଶରେ କରୋନା ମହାମାରୀର ତାଣ୍ଡବ ଲୀଳା ଚାଲିଥିବାବେଳେ ଏବଂ ଲୋକମାନେ ରୋଜଗାର ଶୂନ୍ୟ ହୋଇ ଘରେ ବସିଥିବାବେଳେ କେନ୍ଦ୍ରସରକାର ବୋଝ ଉପରେ ଲଳିତା ବିଡ଼ା ସଦୃଶ ପେଟ୍ରୋଲ, ଡିଜେଲ, ଗ୍ୟାସ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଅଯଥା ଦୈନିକ ଅତ୍ୟଧିକ ଟିକସ ବୃଦ୍ଧି କରି ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି । ତୈଳ ଦର ବୃଦ୍ଧି ଏକଶତ ଟଙ୍କାରୁ ଅଧିକ ହେବା ଯୋଗୁଁ ଦେଶରେ ଆବଶ୍ୟକୀୟ ନିତ୍ୟବ୍ୟବହାର୍ୟ ସାମଗ୍ରୀ ଖାଇବା ତେଲ, ପନିପରିବା ଆଦି ସମସ୍ତ ଜିନିଷର ଦର ଆକାଶଛୁଆଁ ହୋଇଛି । ଗରୀବ ଖଟିଖିଆ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଗୁଡିକ ଏଥିରେ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି । କେନ୍ଦ୍ର ସରକାରଙ୍କର କେନ୍ଦ୍ରୀୟ ଟିକସ ହ୍ରାସ କରି ଅତିଶୀଘ୍ର ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଦରକୁ ହ୍ରାସ କରିବା ପାଇଁ ଗଣଧାରଣାରେ ଦାବି କରାଯାଇଥିଲା ।

ଆଜିର ଏହି କାର୍ୟ୍ୟକ୍ରମରେ ବହୁ କଂଗ୍ରେସ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ପ୍ରତ୍ୟାହାର କରିବା ପାଇଁ ଗଣଧାରଣାରେ ସାମିଲ ହୋଇ ପ୍ରତିବାଦ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories