www.samajalive.in
Tuesday, December 9, 2025
19.1 C
Bhubaneswar

କୋଭିଡ ଚିକିତ୍ସାଳୟରେ କରୋନା ରୋଗୀଙ୍କ ଚିକିତ୍ସାରେ ଅନିୟମିତତାକୁ ନେଇ ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ମାଲକାନଗିରି : ମାଲକାନଗିରି କୋଭିଡ ଚିକିତ୍ସାଳୟରେ କରୋନା ରୋଗୀଙ୍କ ଚିକିତ୍ସାରେ ଅବହେଳାକୁ ନେଇ ଅଭିଯୋଗ କରି ଜିଲ୍ଲା ଚିକତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ପରିବାର ବର୍ଗ। ପରିବାର ବର୍ଗଙ୍କ କହିବା ଅନୁସାରେ, ଗତ ମଙ୍ଗଳବାର ଦିନ ଏମ୍.ଭି. ୧୫ ଗ୍ରାମର ଜଣେ ମହିଳା ମଟର ସାଇକେଲ ଯୋଗେ ଯାଉଥିବା ସମୟରେ କୌଣସି କାରଣରୁ ମଟର ସାଇକେଲରୁ ଖସି ପଡିଥିଲେ। ତତ୍ କ୍ଷଣାତ୍ ସମ୍ପୃକ୍ତ ମହିଳାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଚକିତ୍ସା ନିମନ୍ତେ ଅଣା ଯାଇଥିଲ।। ସେଠାରେ ସରକାରଙ୍କ ନିୟମ ଅନୁସାରେ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ସମ୍ପୃକ୍ତ ମହିଳା କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲ।। ସେଠାରେ ଗତ ତିନିଦିନ ଧରି ଚିକିତ୍ସା ହେଉଥିବା ବେଳେ ପରିବାର ବର୍ଗ ଭିଡିଓ କଲ ମାଧ୍ୟମରେ ସମ୍ପୃକ୍ତ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଚାହିଁଥିଲୋ ପରିବାର ବର୍ଗଙ୍କୁ ଏହି ସୁବିଧା ନ ମିଳିଥିବା ଅଭିଯୋଗ କରିଛନ୍ତିା

ଶୁକ୍ରବାର ପୂର୍ବାହ୍ନରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କୁ ସୂଚନା ଦିଆଯିବା ପରେ ଚିକିତ୍ସାରେ ଅନିୟମିତତାକୁ ନେଇ ପରିବାର ବର୍ଗ ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ କରିଥିଲୋ ତେବେ ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ ଡାକ୍ତରମାନେ ପ୍ରକାଶ କରିଛନ୍ତି ଯେ, ତାଙ୍କର କୌଣସି ଚିକିତ୍ସାରେ ଅବହେଳା କରାଯାଇନାହିଁ ଏବଂ ଅମ୍ଲଜାନ କମ୍ ଥିବା ଓ ତାଙ୍କର ଅନ୍ୟାନ୍ୟ ରୋଗ ଥିବା ହେତୁ ମୃତ୍ୟୁ ଘଟିଥିବା ପ୍ରକାଶ କରିଛନ୍ତିା

- Advertisement -

 

 

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories