ଜିଡିପିକୁ ନେଇ ମୋଦୀ ସରକାରକୁ କଟାକ୍ଷ କଲେ ପ୍ରିୟଙ୍କା; କହିଲେ ଭଲ ଦିନ ଆସିବ
ନୂଆଦିଲ୍ଲୀ: ମୋଟ ଘରୋଇ ଉତ୍ପାଦ(ଜିଡିପି) ତଥ୍ୟକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରକୁ କକ୍ଷାକ୍ଷ କରିଛନ୍ତି। ଭଲ ଦିନ ଆସିବ ବୋଲି ସେ କଟାକ୍ଷ କରି ନିଜ ଟ୍ବିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ବି ପ୍ରିୟଙ୍କା ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।
ଶନିବାର ସେ ଟ୍ବିଟ୍ କରି ମୋଦୀ ସରକାରର ପ୍ରତିଶ୍ରୁତି ଉଲ୍ଲେଖ କରିଛନ୍ତି। ଫସଲର ଦୁଇଗୁଣ ମୂଲ୍ୟ ବୃଦ୍ଧି, ମେକ୍ ଇନ୍ ଇଣ୍ଡିଆ, ୫ ଟ୍ରିଲିୟର ଅର୍ଥନୀତି ଆଦି ପ୍ରତିଶ୍ରୁତିଗୁଡ଼ିକ ଲେଖି ଏସବୁ ମଧ୍ୟରୁ କାହାର ହିସାବ ମିଳିବ କି ବୋଲି ପ୍ରଶ୍ନ କରିଛନ୍ତି। ସେ ଆହୁରି ଲେଖିଛନ୍ତି, ଆଜି ଜିଡିପି ଅଭିବୃଦ୍ଧି ୪.୫%କୁ ଖସିଆସିଛି। ଏଥିରୁ ସ୍ପଷ୍ଟ ଦେଖାଯାଉଛି ଯେ ସବୁ ପ୍ରତିଶ୍ରୁତି ମିଥ୍ୟା। ଊର୍ଦ୍ଧ୍ଵମୂଖୀ ହେବାକୁ ଚାହୁଁଥିବା ଭାରତ ଏବଂ ଏହାର ଅର୍ଥବ୍ୟବସ୍ଥାକୁ ବିଜେପି ସରକାର ନିଜର ଅପାରଗତା ଯୋଗୁ ନଷ୍ଟ କରିଦେଇଛି।
Comments are closed.