ଖବର ଅନୁସାରେ, ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ୍ ଡିସେମ୍ବର ୧ରେ ବିବାହ କରିବେ। ତାଙ୍କ ପରିବାର କିମ୍ବା ପ୍ରିୟଙ୍କା ଏ ବାବଦରେ ସମ୍ପୂର୍ଣ୍ଣ ନୀରବ। କିଛିଦିନ ତଳେ ନ୍ୟୁୟର୍କରେ ଏକ ଫେସନ୍ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ପ୍ରିୟଙ୍କାଙ୍କୁ ତାଙ୍କ ବିବାହ ପ୍ରସ୍ତୁତି ଓ ପୋଷାକ ବିଷୟରେ ପଚରାଯାଇଥିଲା। ହସିହସି ସେ କହିଥିଲେ, ସବୁ ପ୍ରସ୍ତୁତି ଚାଲିଛି। ଆଉ ରହିଲା ବିବାହ ପୋଷାକ, ତାହା ଖୁବ୍ ଆକର୍ଷଣୀୟ ଓ ଆରାମପ୍ରଦ ହେବାକୁ ସେ ପ୍ରାଥମିକତା ଦେଉଛନ୍ତି। ଏବେ ହଲିଉଡରେ ନିଜ ସ୍ଥିତି ଦୃଢ଼ କରୁଥିବା ପ୍ରିୟଙ୍କାଙ୍କ ବିବାହ ପୋଷାକ ଡିଜାଇନର ମନିଷ ମଲହୋତ୍ରା ତିଆରି କରୁଛନ୍ତି। ଅନ୍ୟ ପାଖେ ଆବୁଜାନି ଖୋସଲାଙ୍କ ଏକ ମହଙ୍ଗା ଲେହଙ୍ଗାକୁ ମଧ୍ୟ ପ୍ରିୟଙ୍କା ପସନ୍ଦ କରିସାରିଲେଣି। ବିବାହରେ କେଉଁ ପୋଷାକ ପିନ୍ଧିବେ, ତାହାକୁ ନେଇ ଏବେଠାରୁ ଚିନ୍ତାରେ ପଡ଼ିଗଲେଣି ଏଇ ପୂର୍ବତନ ବିଶ୍ବସୁନ୍ଦରୀ। ପ୍ରିୟଙ୍କାଙ୍କ ଘନିଷ୍ଠ ବାନ୍ଧବୀ ନିଜ ନାମ ଗୋପନ ରଖି କହିଛନ୍ତି, ସବୁକିଛି ସ୍ଥିର ହୋଇସାରିଛି, ଯଥା ସମୟରେ ପରିବାରଲୋକେ ପ୍ରଶଂସକଙ୍କୁ ଏ ବାବଦରେ ଅବଗତ କରାଇବେ।
Popular Categories



