www.samajalive.in
Wednesday, December 10, 2025
26.1 C
Bhubaneswar

ସତୀଶ ସାନା-ମୋଇନ କୁରେଶୀଙ୍କ ଚାଟିଂଖୋଲିଲା ସିବିଆଇର ସତ୍ୟାସତ୍ୟ

ନୂଆଦିଲ୍ଲୀ: ମାଂସ ବ୍ୟବସାୟୀ ମୋଇନ କୁରେଶୀ ଓ ହାଇଦ୍ରାବାଦ ବ୍ୟବସାୟୀ ସତୀଶ ସାନା ଏଭଳି ଦୁଇ ବ୍ୟକ୍ତିତ୍ୱ ଯାହା ପାଇଁ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାନରେ ଦେଖା ଦେଇଛି ବିବାଦ। ଗୋଟିଏ ପଟେ ସିବିଆଇର ବିଶେଷ ନିର୍ଦେଶକ ରାକେଶ ଆସ୍ଥାନାଙ୍କ ଉପରେ ୧୫ଅକ୍ଟୋବରରେ ଅଭିଯୁକ୍ତ କୁରେଶୀଙ୍କ ସହ ଜଡ଼ିତ ମାମଲାକୁ ରଫାଦଫା କରିବା ନିମନ୍ତେ ୩କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।
ଅପରପକ୍ଷରେ ରାକେଶ ଆସ୍ଥାନା ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି। ସତୀଶ ସାନାଙ୍କଠାରୁ ନିର୍ଦେଶକ ଆଲୋକ ବର୍ମା ୨କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ଦୁଇ ଅଧିକାରୀଙ୍କ ଏହି ଆରୋପ ପ୍ରତ୍ୟାରୋପକୁ ତଦନ୍ତ ପରିସରକୁ ନେଇ ଉଭୟଙ୍କୁ ଛୁଟିରେ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।
ଆଶ୍ଚର୍ଯ୍ୟର ବିଷୟ ଏକ ସମୟ ଥିଲା ଯେତେବେଳେ ମୋଇନ କୁରେଶୀ ଓ ସତୀଶ ସାନାଙ୍କ ବନ୍ଧୁତା ବେଶ୍‍ ନିବିଡ଼ ଥିଲା। ଉଭୟଙ୍କ ସିବିଆଇର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବେଶ୍‍ ଘନିଷ୍ଠ ସମ୍ପର୍କ ମଧ୍ୟ ଥିଲା। କେବଳ ସେତିକି ନୁହେଁ ଉଭୟ ବନ୍ଧୁ ସିବିଆଇ ବରିଷ୍ଠ ଅଧିକାରୀଙ୍କ ବଦଳି ଓ ପଦୋନ୍ନତିରେ ମଧ୍ୟ ପ୍ରମୁଖ ଭୁମିକା ଗ୍ରହଣ କରୁଥିଲେ। ଉଭୟ ବନ୍ଧୁଙ୍କ ମଧ୍ୟରେ ବ୍ଲାକବେରୀ ମୋବାଇଲ ମାଧ୍ୟମରେ ହୋଇଥିବା ମେସେଜ୍‍ ଉଭୟଙ୍କ ସିବିଆଇ ସହ ସମ୍ପର୍କର ନିବିଡ଼ତାକୁ ପ୍ରମାଣିତ କରୁଛି।
ସିବିଆଇ ନିର୍ଦେଶକ ଭାବେ ଏପି ସିଂହ ଓ ରଞ୍ଜିତ ସିହ୍ନା ଅବସ୍ଥାବିତ ଥିବାବେଳେ ମୋଇନ କୁରେଶୀ ସିବିଆଇରେ ବ୍ୟାପକ ପ୍ରଭାବ ବିସ୍ତାର କରି ନେଇଥିଲେ। ଉଭୟ ନିର୍ଦେଶକଙ୍କ ସହ ଘନିଷ୍ଠ ସମ୍ପର୍କର ବ୍ୟାପକ ଲାଭ କୁରେଶୀଙ୍କୁ ମିଳିଥିଲା। ଏହାର ପ୍ରଭାବ ଦେଖିବାକୁ ମିଳିଲା ଯେତେବେଳେ ଖୋଦ୍‍ କୁରେଶୀ ଫସିଲେ। ଫଳରେ କୁରେଶୀଙ୍କ ସହ ସିବିଆଇର ବରିଷ୍ଠ ଦୁଇ ଅଧିକାରୀ ମଧ୍ୟ ଫସି ଯାଇଥିଲେ।
୫ଜୁନ୍‍ ୨୦୧୩ରେ ମୋଇନ କୁରେଶୀ ଏଡ଼ବେଷ୍ଟନଠାରେ ଭାରତ-ପାକ୍‍ କ୍ରିକେଟ ମ୍ୟାଚ ଦେଖୁଥିଲେ। ଆଇସିସି ଚମ୍ପିୟାନସିପ୍‍ ଟ୍ରଫିର ଏହି ମ୍ୟାଚ ଦେଖୁଦେଖୁ କୁରେଶୀ ବ୍ଲାକବେରୀ ବିବିଏମ ଚାଟ୍‍ରେ ସତୀଶ ସାନା ସହ ଚାଟିଂ କରୁଥିଲେ। କୁରେଶୀ ବିବି ଲକ୍ଷ୍ମୀନାରାୟଣଙ୍କ ବଦଳରେ ହାଇଦ୍ରାବାଦ ସିବିଆଇରେ ଜଣେ ନୂଆ ଯୁଗ୍ମ ନିର୍ଦେଶକଙ୍କ ଆସିବା ଘଟଣାକୁ ନେଇ ଚାଟିଂ କରୁଥିଲେ। ଏହି ସମୟରେ ଲକ୍ଷ୍ମୀନାରାୟଣଙ୍କ ପାଖରେ ଜଗମୋହନ ରେଡ୍ଡିଙ୍କ ସମେତ ଏକାଧିକ ହାଇ ପ୍ରୋଫାଇଲ ମାମଲାର ତଦନ୍ତ ଦାୟିତ୍ୱରେ ଥିଲେ।
କୁରେଶୀ ଏଡ଼ବେଷ୍ଟନରେ ବସି ହାଇଦ୍ରାବାଦରେ ଥିବା ସାନାଙ୍କୁ ସିବିଆଇରେ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଉଥିଲେ। କୁରେଶୀ ଚାଟ୍‍ରେ ସାନାଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେବା ସହ ଜଣେ ନୂଆ ବ୍ୟକ୍ତି ସିବିଆଇକୁ ଆସୁଛି ବୋଲି ସୂଚନା ଦେଇଥିଲେ। ସେହିପରି ବିବି ଲକ୍ଷ୍ମୀନାରାୟଣଙ୍କ ଅରୁଣାଚଳ ପ୍ରଦେଶକୁ ବଦଳି ହୋଇଯାଇ ଥିବା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ଯୋଗ ଦେବାକୁ ଥିବା ନୂଆ ବ୍ୟକ୍ତି କେବଳ ଅତିରିକ୍ତ ଦାୟିତ୍ୱରେ ରହିବେ। ଜଣେ ସ୍ଥାୟୀ ଅଧିକାରୀ ଖୁବ୍‍ ଶୀଘ୍ର ଆସୁଛନ୍ତି। ଯେଉଁ ନୂଆ ବ୍ୟକ୍ତି ଆସିବ ସେ ବିହାର ନିବାସୀ ହୋଇଥିଲେ ମଧ୍ୟ ଓଡ଼ିଶା କ୍ୟାଡର ବୋଲି କୁରେଶୀ ଚାଟରେ ସାନାଙ୍କୁ ସୂଚନା ଦେଇଥିଲେ।
ଉପରୋକ୍ତ କଥୋପଥନକୁ ତର୍ଜମା କଲେ ସାନା ଓ କୁରେଶୀ ସିବିଆଇ ପରି ସଂସ୍ଥାକୁ ଏକ ପ୍ରକାର ନିୟନ୍ତ୍ରଣରେ ରଖିଥିବା ସ୍ପଷ୍ଟ ଅନୁମାନ କରାଯାଇ ପାରେ। ଅବଶ୍ୟ ୩ଦିନ ପୂର୍ବେ ସିବିଆଇ ମଧ୍ୟରେ ଆରମ୍ଭ ହୋଇଥିବା ଅନ୍ତଦ୍ୱନ୍ଦ୍ୱ ପରେ ସତୀଶ ସାନା ଓ ତାଙ୍କ ପରିବାରବର୍ଗ ଫେରାର ହୋଇ ଯାଇଛନ୍ତି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories