www.samajalive.in
Monday, December 15, 2025
24.1 C
Bhubaneswar

ଅଢେଇ ବର୍ଷର ଶିଶୁର କ୍ଷତରେ ଫେଭିକ୍ବିକ୍ ଲଗାଇଲା ଘରୋଇ ହସ୍ପିଟାଲ

ମିରଠ, ୨୦ା୧୧: ଉତ୍ତର ପ୍ରଦେଶ ମିରଠରେ ଏକ ଘରୋଇ ହସ୍ପିଟାଲରେ ଅଢେଇ ବର୍ଷର ଶିଶୁ ମୁଣ୍ଡରେ ହୋଇଥିବା କ୍ଷତକୁ ଷ୍ଟିଚ୍ ପକାଇବା ବଦଳରେ ଫେବିକ୍ବିକ୍ ଲଗାଇବା ମାମଲା ସମସ୍ତଙ୍କୁ ଚକିତ କରିଛି। ଘଟଣାକୁ ନେଇ ଘରୋଇ ହସ୍ପିଟାଲର ଅବହେଳା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଥିବାବେଳେ ଘଟଣାର ଯାଞ୍ଚ ଚାଲିଛି।

ଶିଶୁଟି ଖେଳୁଥିବା ସମୟରେ ପଡିଯାଇ ଆଖି ପାଖରେ କ୍ଷତ ହୋଇ ରକ୍ତ ବାହାରୁଥିଲା। ପରିବାରଲୋକେ ତାକୁ ହସ୍ପିଟାଲ ନେବା ପରେ ଡାକ୍ତର ଷ୍ଟିଚ୍ କରିବା ବଦଳରେ ପରିବାର ଲୋକଙ୍କୁ ୫ ଟଙ୍କିିଆ ଫେଭିକ୍ବିକ୍ ଆଣିବାକୁ କହିଥିଲେ। ଏହା ପରେ ଡାକ୍ତର କ୍ଷତକୁ ଅଠାରେ ଯୋଡିଦେଇଥିଲେ। ପିଲାଟି ଯନ୍ତ୍ରଣାରେ ଚିତ୍କାର କରିବା ସତ୍ତ୍ବେ ଡାକ୍ତର କହିଥିଲେ କିଛି ସମୟରେ ଠିକ୍ ହୋଇଯିବ। କିନ୍ତୁ କିଛି ସମୟ ପରେ ମଧ୍ୟ ଯନ୍ତ୍ରଣା ନକମିବାରୁ ପରିବାର ଲୋକେ ଅନ୍ୟ ଏକ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର କହିଥିଲେ ଯେ କ୍ଷତରୁ ଫେଭିକ୍ବିକ୍ ହଟାଇବାକୁ ୩ ଘଣ୍ଟା ଲାଗିବ। ଏହା ପରେ ଷ୍ଟିଚ୍ ପକାଇହେବ। ମିରଠର ଜାଗୃତି ବିହାର ଏକ୍ସଟେନସନର ମେପଲ୍ସ ହାଇଟରେ ଏହି ଘଟଣା ଘଟିଛି। ଏଠାରେ ରହୁଥିବା ଫାଇନାନ୍ସର ସରଦାର ଯଶପିନ୍ଦର ସିଂହଙ୍କ ଅଢେଇ ବର୍ଷର ପୁଅ ମନରାଜ ସିଂହ ଖେଳୁଥିବା ସମୟରେ ଆହତ ହୋଇଥିଲା। ଅନ୍ୟ ଏକ ହସ୍ପିଟାଲ ଯିବା ପରେ ଏବେ ସେ ସୁରକ୍ଷିତ ଅଛି। ତେବେ ପ୍ରଥମ ହସ୍ପିଟାଲର ଅବହେଳା ଯୋଗୁଁ ପିଲାଟି ସବୁଦିନ ପାଇଁ ଆଖି ହରାଇଥାନ୍ତା ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଘଟଣାର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories