www.samajalive.in
Monday, December 15, 2025
27.1 C
Bhubaneswar

ଜ୍ଞାନେଶ କୁମାରଙ୍କୁ ମମତାଙ୍କ ଚିଠି, ତୁରନ୍ତ ରୋକନ୍ତୁ ଏସଆଇଆର୍

ନୂଆଦିଲ୍ଲୀ, ୨୦ା୧୧: ‌ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ପତ୍ର ଲେଖି ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଏସଆଇଆରକୁ ଠିକ୍ ଭାବେ ଚଲାଯାଉନି ଯାହା ନାଗରିକ ଓ ଅଧିକାରୀଙ୍କ ପାଇଁ ବିପଜ୍ଜନକ ହୋଇପାରେ। ସେ ଏହା ମଧ୍ୟ କହିଛନ୍ତି ଯେ ଏସଆଇଆର୍ ପ୍ରକ୍ରିୟା ଚିନ୍ତାଜନକ ଓ ଏହା ବିପଜ୍ଜନକ ସ୍ତରରେ ପହଞ୍ଚିସାରିଛି। ଏସଆଇଆର ପ୍ରକ୍ରିୟାକୁ ରୋକିବା ଉଚିତ୍ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ମମତା କହିଛନ୍ତି ଯେ ସେ ଏସଆଇଆର୍ ପ୍ରକ୍ରିୟାକୁ ନେଇ ବାରମ୍ବାର ନିଜ ଚିନ୍ତା ବ୍ୟକ୍ତ କରିଛନ୍ତି। ସ୍ଥିତି ଜଟିଳ ହେବାରେ ସେ ବାଧ୍ୟ ହୋଇ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଏହି ପତ୍ର ଲେଖିଥିବା କହିଛନ୍ତି। ଏହି ପ୍ରକ୍ରିୟା ଅବ୍ୟବସ୍ଥିତ, ଅସଂଗଠିତ ଏବଂ ଅତି ବିପଜ୍ଜନକ ମଧ୍ୟ। ଏହାର ଢାଞ୍ଚା ଠିକ୍ ନଥିବାରୁ ପ୍ରଥମ ଦିନରୁ ହିଁ ଅଭିଯାନକୁ ପଙ୍ଗୁ କରିଥିବା ମମତା ଲେଖିଛନ୍ତି। ପ୍ରଶିକ୍ଷଣରେ ଅଭାବ ସହିତ ବାଧ୍ୟତାମୂଳକ ଦସ୍ତାବିଜରେ ଅସ୍ପଷ୍ଟତା ଦର୍ଶାଇ ମମତା ଏହାକୁ ଦୁର୍ବଳ ପ୍ରକ୍ରିୟା ବୋଲି କହିଛନ୍ତି। ସେ ଜଳପାଇଗୁଡିରେ ବୁଥ୍-ସ୍ତରୀୟ ଅଧିକାରୀଙ୍କ ରୂପେ ନିୟୋଜିତ ଜଣେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁର ଉଦାହରଣ ଦେଇଛନ୍ତି। ତାଙ୍କ ମୃତ୍ୟୁ ପରେ କୁହାଯାଉଛି କି ସେ ଏସଆଇଆର ଯୋଗୁଁ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି। ଏହି ପ୍ରକ୍ରିୟା ଆରମ୍ଭ ପରଠୁ ଅନେକ ନିଜ ଜୀବନ ହରାଇଥିବା ମମତା ଚିଠିରେ ଉଲ୍ଲେଖ କରିଛନ୍ତି। ତେଣୁ ତୁରନ୍ତ ଏହାକୁ ସୁଧାରିବା ପାଇଁ ସେ ଆବେଦନ କରିଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories