www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ଅକ୍ଷୟ; ସାମ୍ନାକୁ ଆସିଲା ‘ପୃଥ୍ବୀରାଜ’ର ନୂଆ ଟ୍ରେଲର

ମୁମ୍ବାଇ: ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଅକ୍ଷୟ କୁମାର ଓ ମାନୁଷୀ ଛିଲ୍ଲର ଅଭିନୀତ ଚଳଚ୍ଚିତ୍ର ‘ପୃଥ୍ବୀରାଜ’। କିଛି ଦିନ ତଳେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏବେ ନିର୍ମାତା ଏହାର ଆଉ ଏକ ନୂଆ ଟ୍ରେଲର ଜାରି କରିଛନ୍ତି। ଏଥିରେ ପୃଥ୍ବୀରାଜ ଭୂମିକାରେ ଅକ୍ଷୟ କୁମାରଙ୍କ ସହ ଅନ୍ୟ କଳାକାରମାନଙ୍କ ଝଲକ୍‌ ଅତି ନିକଟରୁ ଦେଖାଯାଇଛି। ସାମାଜିକ ଗଣମାଧ୍ୟମରେ ଟ୍ରେଲରକୁ ଖୁବ୍‌ ପ୍ରଶଂସା କରାଯାଉଛି।

୧ ମିନିଟ୍‌ ୧୧ ସେକେଣ୍ଡର ଏହି ଟ୍ରେଲରରେ ଅକ୍ଷୟଙ୍କ ଦମ୍‌ଦାର ଲୁକ୍‌ ଦେଖିବାକୁ ମିଳିଛି। ଫିଲ୍ମରେ ପୃଥ୍ବୀରାଜଙ୍କ ଯୁଦ୍ଧ ଗାଥା ଦେଖିବାକୁ ମିଳିବ ଓ ଏହାର ଝଲକ୍‌ ଟ୍ରେଲରରେ ଦେଖିବାକୁ ମିଳିଛି। ଟ୍ରେଲର ଯୁଦ୍ଧରୁ ଆରମ୍ଭ ହୋଇଛି। ଏହାପରେ ଯୁଦ୍ଧର ରଣନୀତି ଓ ଏକ ଭୟଙ୍କର ଯୁଦ୍ଧର ଝଲକ୍ ନଜର ଆସିଛି। ଏଥିରେ ଅକ୍ଷୟ ଓ ମାନୁଷୀଙ୍କ ପ୍ରେମ କାହାଣୀ ମଧ୍ୟ ରହିଛି, ଯାହା ଟ୍ରେଲରକୁ ଆହୁରି ଆକର୍ଷଣୀୟ କରିଛି।

- Advertisement -

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories