ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ୬୨ରୁ ଅଧିକ ଶ୍ରୀ ରାମଙ୍କ ଭଜନ ତାଲିକା ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର-ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ପ୍ରତିଷ୍ଠା କରାଯିବ । ଏଥିପାଇଁ ସାରା ଅଯୋଧ୍ୟା ଉତ୍ସୋବ ମୁଖର । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬୨ରୁ ଅଧିକ ଶ୍ରୀ ରାମଙ୍କ ଭଜନ ପ୍ଲେ ଲିଷ୍ଟ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟରେ ମୋଦୀ ପ୍ଲେ-ଲିଷ୍ଟର ଲିଙ୍କ ଦେଇଛନ୍ତି । ଏଥିରେ ତାଙ୍କର ପ୍ରିୟ ରାମ ଭଜନ ମଧ୍ୟ ରହିଛି ।

ଭଜନର କୌଣସି ଭାଷା ନାହିଁ । ପ୍ରତ୍ୟେକ ଶ୍ରଦ୍ଧାଳୁ ଏଥିରେ ପ୍ରଭୁ ଶ୍ରୀ ରାମଙ୍କୁ ଅନୁଭବ କରିପାରିବେ ବୋଲି ମୋଦୀ କହିଛନ୍ତି, ଏହି ଦିବ୍ୟ ଅନୁଭୂତି ଭାଷାଠାରୁ ଉପରେ । ସୁରିନାମ ଏବଂ ତ୍ରିନିଦାଦ ଏବଂ ଟୋବାଗୋ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ମୋଦୀଙ୍କୁ ମିଳିଥିବା ଭଜନକୁ ଏଥିରେ ସେୟାର କରାଯାଇଛି ।

ସମୟ ଏବଂ ସ୍ଥାନ ପରେ ଭାରତର ସଂସ୍କୃତି ଏବଂ ପରମ୍ପରା ସାରା ବିଶ୍ୱରେ ଏବେ ପ୍ରସିଦ୍ଧି ଲାଭ କରିଛି ବୋଲି ସେ କହିଛନ୍ତି ।

Comments are closed.