ବିସ୍ଫୋରଣରେ ସ୍କୁଲ ଉଡାଇଦେଲେ ତାଲିବାନ

0

ପେଶାୱର : ପାକିସ୍ତାନର ଖାଇବର ପଖତୁଖୱା ପ୍ରଦେଶରେ ତାଲିବାନ ଆତଙ୍କବାଦୀମାନେ ରବିବାର ଏକ ପ୍ରାଥମିକ ସ୍କୁଲକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି। ସ୍କୁଲରେ ୮୦ରୁ ୯୦ ପିଲା ପାଠ ପଢନ୍ତି; ତେବେ ରବିବାର ଯୋଗୁଁ ସ୍କୁଲ ଛୁଟି ଥିବାରୁ କୌଣସି ପିଲା ମୃତାହତ ହୋଇନାହାନ୍ତି। ଆତଙ୍କବାଦୀମାନେ ସ୍କୁଲ ପାଚେରି, ଦୁଇଟି କୋଠରିକୁ ବିସ୍ଫୋରଣରେ ଉଡାଇ ଦେଇଥିବାବେଳେ ମୁଖ୍ୟ କୋଠାଟି ଆଂଶିକ କ୍ଷତି ହୋଇଛି।

Leave A Reply