www.samajalive.in
Monday, December 15, 2025
24.1 C
Bhubaneswar

ଘୋଷଣା ହେଲା ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପ୍ରିଲିମ୍) ପରୀକ୍ଷାର ତାରିଖ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଗୁରୁବାର ସିଭିଲ୍ ସର୍ଭିସେସ୍ (ପ୍ରିଲିମ୍) ପରୀକ୍ଷା-୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ପରୀକ୍ଷା ୧୨ ଅକ୍ଟୋବର ୨୦୨୫ରେ ଅନୁଷ୍ଠିତ ହେବାକୁ ଯାଉଛି।

ଓପିଏସସି ଦ୍ୱାରା ପ୍ରକାଶିତ ସମୟ ସାରଣୀ ଅନୁଯାୟୀ, ପ୍ରିଲିମ୍ ପରୀକ୍ଷା ୬ଟି ଜୋନ୍ – ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଏବଂ ସମ୍ବଲପୁରରେ ଅନୁଷ୍ଠିତ ହେବ।

- Advertisement -

ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ସାଧାରଣ ଅଧ୍ୟୟନ ପେପର-୧ ସକାଳ ୧୦ରୁ ୧୨ଟା ପର୍ଯ୍ୟନ୍ତ ଏବଂ ସାଧାରଣ ଅଧ୍ୟୟନ ପେପର-୨ ଅପରାହ୍ନ ୧.୩୦ରୁ ୩.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସେହିପରି ଦିବ୍ୟାଙ୍ଗ (ପିଡବ୍ଲୁଡି) ବର୍ଗର ପ୍ରାର୍ଥୀମାନେ ପ୍ରତ୍ୟେକ ସିଟିଂରେ ଅତିରିକ୍ତ ୪୦ ମିନିଟ୍ ପାଇବେ। ପ୍ରାର୍ଥୀମାନଙ୍କ ପାଇଁ ପ୍ରବେଶ ପ୍ରମାଣପତ୍ର ଏବଂ ନିର୍ଦ୍ଦେଶାବଳୀ ଅକ୍ଟୋବର ୪, ୨୦୨୫ରୁ ସରକାରୀ ୱେବସାଇଟ୍ www.opsc.gov.inରେ ଉପଲବ୍ଧ ହେବ ବୋଲି କମିଶନ କହିଛନ୍ତି।

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories