ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ଜାମିନ

ଭୁବନେଶ୍ବର: ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବୁଧବାର ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ଜାମିନ ଉପରେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ। ଏନେଇ ସୂଚନା ଦେଇଛନ୍ତି ବିଧାୟକଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ। ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ନିୟମିତ ଜାମିନ। ଏହା ପୂର୍ବରୁ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ଖୋର୍ଦ୍ଧା ଏଡିଜେ-୧ କୋର୍ଟରୁ ତାଙ୍କୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିଥିଲା।

ପୁଷ୍ପା ସାଜି ବାଟୁଳି ପରି ହିନ୍ଦୀ କହିଲେ ଡେଭିଡ୍‌ ଓ୍ବାର୍ନର: ଫ୍ୟାନ୍ ହେଲେ ଅଲ୍ଲୁ ଅର୍ଜୁନ, ଲୋକେ କହିଲେ- ଭୁଲରେ..

prayash

ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇ ବିଜୟ ହାସଲ କରିଥିବା ପ୍ରଶାନ୍ତ ଜଗଦ୍ଦେବ ଗତ ୨୫ ତାରିଖ ମତଦାନବେଳେ ବୋଲଗଡ଼ର ଏକ ବୁଥରେ ପଶି ଇଭିଏମ ଭଙ୍ଗାରୁଜା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଆଧାରରେ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ ଗିରଫ କରିଥିଲା।

Comments are closed.