www.samajalive.in
Monday, December 15, 2025
24.1 C
Bhubaneswar

ଦୁବାଇ ପାରା ବ୍ୟାଡମିଣ୍ଟନ: ପ୍ରମୋଦଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ୟୁଏଇର ଦୁବାଇସ୍ଥିତ ସହବାବ୍‌ ଅଲ୍‌- ଅହଲି ସ୍ପୋର୍ଟ୍ସ ହଲରେ ଚାଲିଥିବା ଦ୍ବିତୀୟ ଅନ୍ତର୍ଜାତୀୟ ଫାଜା ଦୁବାଇ ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ଏସ୍‌ଏଲ-୩ ପୁରୁଷ ସିଙ୍ଗଲ୍ସ ବିଭାଗରେ ଓଡ଼ିଶାର ପ୍ରମୋଦ ଭଗତ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଖେଳାଯାଇଥିବା ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ୧୫-୨୧, ୨୧-୧୮ ଓ ୧୨-୧୩ ପଏଣ୍ଟରେ ଡାନିଏଲ ବେଥାଲଙ୍କୁ ପରାସ୍ତ କରିଛନ୍ତି। ପ୍ରତିଯୋଗିତାରେ ଭାରତରୁ ୩୮ଜଣ ଅଂଶଗ୍ରହଣ କରିଥିବାବେଳେ ଓଡ଼ିଶାର ୩ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ପ୍ରମୋଦ ଗତ ମାର୍ଚ୍ଚରେ ତୁର୍କୀରେ ଖେଳାଯାଇଥିବା ତୁର୍କିସ ଇନିସ୍‌ କପ ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୨୦ ପାରା ଅଲିମ୍ପିକ୍‌ ଯୋଗ୍ୟତା ଲାଗି ପ୍ରମୋଦଙ୍କୁ ଚଳିତ ବର୍ଷ ୧୨ଟି ଅନ୍ତର୍ଜାତୀୟ ପ୍ରତିଯୋଗିତା ମଧ୍ୟରୁ ଅତି କମ୍‌ରେ ୭ଟି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିବା ଏକାନ୍ତ ଆବଶ୍ୟକତା ରହିଛି। ପ୍ରଥମ ଦୁଇ ପ୍ରତିଯୋଗିତାରେ ପ୍ରମୋଦ ସ୍ବର୍ଣ୍ଣ ପଦକ ବିଜୟୀ ହେବା ପ​‌େ​‌ର ଅଲିମ୍ପିକ୍‌ ଯୋଗ୍ୟତା ହାସଲ ନେଇ ଆଶା ବଢିବାରେ ଲାଗିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories