ଡିସଚାର୍ଜ ହେଲେ ବିଧାୟକ ପ୍ରଭାତ ବିଶ୍ୱାଳ, ବହୁତ ଶୀଘ୍ର ଫେରିବେ ଓଡିଶା

0

କଟକ: କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଦିଲ୍ଲୀ ବସନ୍ତ କୁଞ୍ଜସ୍ଥିତ ରାଷ୍ଟ୍ରୀୟ ମେରୁଦଣ୍ଡ ଆଘାତ ଚିକତ୍ସା କେନ୍ଦ୍ରରୁ ଡିସଚାର୍ଜ ହୋଇଛନ୍ତି। ୨୩ ଦିନ କାଳ ସେଠାରେ ଚିକିତ୍ସିତ ହେଲା ପରେ ବିଧାୟକ ପ୍ରଭାତ ବିଶ୍ୱାଳ ସୁସ୍ଥ ହୋଇଛନ୍ତି । ଶତାଧିକ ପ୍ରବାସୀ ଓଡ଼ିଆ ବନ୍ଧୁ ମାନେ ବିଧାୟକ ବିଶ୍ୱାଳଙ୍କୁ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଡିସଚାର୍ଜ ପରେ ପ୍ରଭାତ ବିଶ୍ୱାଳ କହିଛନ୍ତି,“ ଏବେ ଦେହ ସୁସ୍ଥ ଅଛି। ବହୁତ ଶ୍ରୀଘ ଓଡ଼ିଶା ଫେରିବି।” ସୂଚନାଯୋଗ୍ୟ, ମେରୁଦଣ୍ଡ ସମସ୍ୟା ଏବଂ ପୂର୍ବରୁ ପେଟରେ ହୋଇଥିବା ଅସ୍ତ୍ରୋପଚାର ଜନିତ ସମସ୍ୟାର ନିରାକରଣ ପାଇଁ ଦିଲ୍ଲୀ ଯାଇଥିଲେ। ଏହା ପୂର୍ବରୁ ଶ୍ରୀ ବିଶ୍ୱାଳ କଟକ ବଡ ମେଡିକାଲର ମେରୁଦଣ୍ଡ ବିଭାଗରେ ଚିକିତ୍ସିତ ଥିଲେ।

Leave A Reply