www.samajalive.in
Monday, December 15, 2025
24.1 C
Bhubaneswar

ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣା : ବିଶ୍ୱବିଦ୍ୟାଳୟର ବିଦ୍ୟୁତ କର୍ମଚାରୀ ନିଲମ୍ବିତ

ଡେସ୍କ : ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏମଏସ୍‌ସିବିୟୁ) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ବିଦ୍ୟୁତ ବିଭ୍ରାଟ ଓ  ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣାରେ ବିଶ୍ୱବିଦ୍ୟାଳୟର ଜଣେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ ହୋଇଥିବା କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି । କମିଟି ରିପୋର୍ଟ ଦାଖଲ ପରେ କାର୍ଯ୍ୟାନୁଷ୍ଠାନ ହେବ ହେବ ବୋଲି କୁଳପତି କହିଛନ୍ତି ।

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ଏହି ଘଟଣା ନେଇ କ୍ଷମା ମାଗିଛନ୍ତି । ଏଭଳି ତ୍ରୁଟି ପାଇଁ ମୁଁ ନିଜେ ନିଜକୁ ଦାୟୀ କରୁଛି ବୋଲି କୁଳପତି କହିଛନ୍ତି।ଏହି ବିଲଡିଂ ଇଡକୋ ତିଆରି କରିଥିଲା ଓ ଜେନେରେଟର ମଧ୍ୟ ସଜାଡ଼ିଥିଲା। ଏଥିପାଇଁ  ଏକ ସ୍ବତନ୍ତ୍ର ଜେନେରେଟର ଥିଲା, ତେବେ ତାହା ମଧ୍ୟ କାମ ଦେଲାନି । ଆମକୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ିଲା, ଓ ମୁଁ ସେଥିପାଇଁ ଦୁଃଖ ପ୍ରକାଶ କରୁଛି ବୋଲି ପ୍ରଫେସର ତ୍ରିପାଠୀ କହିଛନ୍ତି ।

- Advertisement -

ଅନ୍ୟ ପକ୍ଷରେ ଘଟଣାର ତଦନ୍ତ କରାଯିବ ବୋଲି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ କହିଛନ୍ତି । ଏ ନେଇ ଏକ ଜରୁରୀ ବୈଠକ ପରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ସୁରେଶ ଦଳାଇ କହିଛନ୍ତି, ଏଭଳି ଘଟଣା କାହିଁକି ଘଟିଲା ଓ କିଏ ଦାୟୀ ତାକୁ ନେଇ ଅନୁସନ୍ଧାନ କରାଯିବ। ବାରିପଦା ସର୍କିଟ ହାଉସରେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବୈଠକରେ ମୟୂରଭଞ୍ଜ ଜିଲ୍ଲାପାଳ, ବାରିପଦା ଏଡିଏମ୍‌ ଓ ଟାଟା ପାୱାର ଅଧିକାରୀଙ୍କ ସହ ବରିଷ୍ଠ ଅଫିସର ମାନେ ଉପସ୍ଥିତ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories