କାମାକ୍ଷାନଗର : କାମାକ୍ଷାନଗର ସହର ସନ୍ନିକଟ ମହୁଲପାଳଠାରେ ପୋଲ ତଳକୁ ଏକ ଟାଟା ଏସି ଗାଡି ଓଲଟି ପଡିବାରୁ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ୩ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଛି। ଟାଟଏସି ଗାଡିରେ ଏକ କିର୍ତ୍ତନ ଦଳ ଗତ କାଲିଠାରୁ କୋଟଗରା ଗ୍ରାମକୁ ଏକୋଇସିଆ କାର୍ଯ୍ୟରେ ଯୋଗ ଦେବାପାଇଁ ଯାଇଥିଲେ। ଆଜି ସମସ୍ତ କିର୍ତ୍ତନ ଦଳ କୋଟଗରାରୁ ଆଳତୁମା ଫେରୁଥିଲେ । ଫେରିବା ବାଟରେ କାମାକ୍ଷାନଗର ଥାନ ମହୁଲପାଳ ଗ୍ରାମ ନିକଟରେ ଥିବା ରାମିଆଳ ବ୍ରିଜରୁ ଗାଡି ସାଇଟ ମାରିଦେବାରୁ ବ୍ରିଜ ତଳକୁ ଓଲଟି ପଡିଥିଲା। ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ସମସ୍ତ ଯାତ୍ରୀ କାମାକ୍ଷାନଗରର ଆଳତୁମା ଗ୍ରାମର । ଗାଡିରେ ଡ୍ରାଇଭର ସମେତ ମୋଟ ୧୮ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ସେଥିରୁ ମହିଳା ୧୦ ଜଣ ବୋଲି ଜଣାପଡିଛି।
Comments are closed.