www.samajalive.in
Monday, December 15, 2025
24.1 C
Bhubaneswar

ପକୁଡ଼ି ଛାଣୁଛନ୍ତି ଜାତୀୟ ପାୱାରଲିଫ୍ଟର

ରାଉରକେଲା : ‘ଚାକିରି ପଛରେ ଧାଇଁ ଧାଇଁ ବୟସ ସରିଗଲା। ପ୍ରତିଭା ମରିଗଲା । ପଡ଼ିଆ ଛାଡ଼ି ଶେଷରେ ପରିବାର ପାଇଁ ଅଣ୍ଟା ଭିଡ଼ିଲି। ଏବେ ପକୁଡ଼ି, ମାଲପୁଆ ଛାଣୁଛି । ଏଥିରେ କଷ୍ଟେମଷ୍ଟେ ପରିବାର ଚଳିଯାଉଛି। ବହୁ ପଦକ, ପ୍ରଶଂସା ସହ ପ୍ରମାଣପତ୍ରରେ କ’ଣ ପେଟ ପୂରିବ’ । ଏ ହେଉଛି ଜଣେ ପ୍ରତିଭାସମ୍ପନ୍ନ ଭେଟେରାନ ଜାତୀୟ କ୍ରୀଡ଼ାବିତ୍‌ଙ୍କ କରୁଣ କାହାଣୀ । ପାୱାରଲିଫ୍ଟରରେ ଜାତୀୟସ୍ତରରେ ସ୍ବର୍ଣ୍ଣପଦକ ଜିଣିବାର ଗୌରବ ଅର୍ଜନ କରିଛନ୍ତି। ରାଜ୍ୟସ୍ତରରେ ମଧ୍ୟ ପାୱାରଲିଫ୍ଟିଂ (ଭାରୋତ୍ତଳନ)ରେ ବହୁ ସଫଳତା ଅର୍ଜନ କରିଛନ୍ତି ।  ଏଭଳି ଜଣେ ପ୍ରତିଭାବାନ ଆଥଲେଟ ସରକାରୀ ପ୍ରୋତ୍ସାହନ ଅଭାବରୁ ଆଜି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ସ୍ମାର୍ଟସିଟିର ଇସ୍ପାତ ଗଜପତି ମାର୍କେଟରେ ନିଜ ପେଟପାଟଣା ଓ ପରିବାର ପ୍ରତିପୋଷଣ ପାଇଁ ଏକ ଗୁମୁଟି କରି ପକୁଡ଼ି ଓ ମାଲପୁଆ ଛାଣୁଛନ୍ତି ।

ଗଞ୍ଜାମ ଜିଲା ଖଲିକୋଟ ବ୍ଲକ ବିକ୍ରମପୁର ଅଞ୍ଚଳର ସୁରେନ୍ଦ୍ର ନାୟକ ଯୁବାବସ୍ଥାରେ ରାଉରକେଲାକୁ ଚାଲି ଆସିଥିଲେ ।  ବୟସ ଏବେ ୬୫ ଛୁଇଁଲାଣି ।  ସମ୍ପ୍ରତି ସେକ୍ଟର ୩ ଅଟୋ କଲୋନୀରେ ସେ ପରିବାର ସହ ରହୁଛନ୍ତି ।  ପରିବାର କହିଲେ ଗୋଟିଏ ପୁଅ, ଗୋଟିଏ ଝିଅ ଓ ସ୍ତ୍ରୀକୁ ନେଇ ତାଙ୍କ ସୁନା ସଂସାର ।  ପୁଅ, ଝିଅ ବାହା ହୋଇସାରିଲେଣି ।  ଭାର ପାୱାରଲିଫ୍ଟରରେ ରୁଚି ରଖିଥିବା ସୁରେନ୍ଦ୍ର ପାୱାର ଲିଫ୍ଟିଂ ସହ ବଡି ବିଲ୍ଡିଂରେ ମଧ୍ୟ ଦକ୍ଷତା ଦେଖାଇଥିଲେ ।  ୧୯୮୧ରୁ କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ସୁରେନ୍ଦ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ରାଜ୍ୟସ୍ତରୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ପାଞ୍ଚଥର ସ୍ବର୍ଣ୍ଣପଦକ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି ।  ଓଡ଼ିଶା ପାୱାରଲିଫ୍ଟିଂ ଆସୋସିଏସନ ଓ ଭାରତ ପାୱାରଲିଫ୍ଟିଂ ଫେଡେରେସନ ପକ୍ଷରୁ ଅନେକବାର ପ୍ରଶଂସିତ ହୋଇଛନ୍ତି ସୁରେନ୍ଦ୍ର। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବହୁବାର ସଫଳତା ଅର୍ଜନ କରିଥିବା ସୁରେନ୍ଦ୍ର ଜାତୀୟସ୍ତରରେ ମଧ୍ୟ ପାୱାରଲିଫ୍ଟିଂରେ ଚମକ ଦେଖାଇ ନିଜ ମାଟି ପାଇଁ ଗୌରବ ଆଣିଛନ୍ତି ।  ୧୯୯୨ରେ ଅର୍ଥାଭାବ ଓ ପ୍ରୋତ୍ସାହନରୁ କ୍ରୀଡ଼ାଭୂମି ଛାଡ଼ିବାକୁ ବାଧ୍ୟ ହୋଇଥିଲେ ।  ଚାକିରି ପଛରେ ଦୌଡ଼ିଦୌଡ଼ି ବିଫଳ ହେବା ପରେ ବ୍ୟବସାୟ ପାଇଁ ଅଣ୍ଟା ଭିଡ଼ିଲେ ।  ପ୍ରଥମେ ବୁଲିବୁଲି ପାନ ମସଲା ବିକ୍ରି କଲେ ।  ପରେ ଅଣ୍ଡା ବ୍ୟବସାୟ ପ୍ରତି ମନ ବଳାଇଲେ ।  ଏଥିରେ ପରିବାର ଚଳାଇବା କଷ୍ଟ ହେବାରୁ ୨୦୧୪ ମସିହାରୁ ଆମ୍ବାଗନ ଇସ୍ପାତ ଗଜପତି ମାର୍କେଟରେ ଏକ ଦୋକାନ କରି ପକୁଡ଼ି ଓ ମାଲପୁଆ ଛାଣି ବିକ୍ରି କରୁଥିବା କହନ୍ତି ସୁରେନ୍ଦ୍ର ।  ଅନ୍ୟ ରାଜ୍ୟରେ କ୍ରୀଡ଼ାବିତ୍‌ଙ୍କୁ ଯେତିକି ପ୍ରୋତ୍ସାହନ ମିଳୁଛି ଆମ ରାଜ୍ୟରେ ସେ ତୁଳନାରେ କିଛି ମିଳୁନାହିଁ  ବୋଲି ସେ କ୍ଷୋଭର ସହ ପ୍ରକାଶ କରନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories