ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ଜବତ
![](https://samajalive.in/wp-content/uploads/2018/04/khabar-odisha-mao-poster-in-rayaga-1-45E06C82-6210-4F92-B249-4F7144C0C527-1.jpg)
ରାୟଗଡା: କମ୍ବିଂ ଅପରେସନକୁ ବନ୍ଦ କରିବା ଦାବିରେ ମାଓବାଦୀମାନେ ଏକ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଛନ୍ତି । ରାୟଗଡା ଜିଲା ମୁନିଗୁଡାର ପାତ୍ରଗୁଡା ଅଞ୍ଚଳର ଏକ ଏହି ପୋଷ୍ଟର ଆଜି ଦେଖିବାକୁ ମିଳିଛି । ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଭିଏଫ ଯବାନ ସଂଜୟ ମାଝୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା । ଏହି ଅପରେସନକୁ ତୁରନ୍ତ ବନ୍ଦ କରିବା ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଛି ।