ଟମାଟୋ ପପକନ
ଆବଶ୍ୟକ ସାମଗ୍ରୀ
ପପକପ – ୨କପ
ତେଲ – ୨ଚାମଚ
ଟମାଟୋ ସସ – ୨ଚାମଚ
ଗୋଲମରିଚ ଗୁଣ୍ଡ – ଅଳ୍ପ
କଳା ଲୁଣ – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଟମାଟୋ ସସ ପକାଇ ଗୋଳାନ୍ତୁ। ଏହା ପରେ ଏଥିରେ ପପକପ ପକାଇ ଧୀରେ ଧୀରେ ଗୋଳାନ୍ତୁ। ଏବେ ଏଥିରେ ସାମାନ୍ୟ କଳା ଲୁଣ ଓ ଅଳ୍ପ ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟମାଟୋ ପପକନ।