www.samajalive.in
Sunday, December 7, 2025
14.1 C
Bhubaneswar

ବୌଦ୍ଧରେ ଆବାସ ଯୋଜନା ପ୍ରହସନ, ଗରିବଙ୍କୁ ନାଁ ଧନୀଙ୍କୁ ହଁ

ବୌଦ୍ଧ : ବୌଦ୍ଧ ଜିଲାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବହୁ ଘୋଟଲା ହେବା ସହ ଏନେଇ ଥାନାରେ ମାମଲା ହୋଇଥିବା ବେଳେ କିନ୍ତୁ ଜିଲାରେ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ସରକାର ୨୦୨୨ ସୁଧା ସମସ୍ତ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ କହୁଥିବା ବେଳେ କିନ୍ତୁ ବୌଦ୍ଧ ଜିଲାରେ ସରକାରୀ କର୍ମଚାରୀଙ୍କ ଯୋଗୁଁ ଏହି ଯୋଜନାରେ ବହୁ ଅନିୟମିତତା ହୋଇଥିବା ଜଣାପଡିଛି। ଏପେଟ ବୌଦ୍ଧ ଜିଲା ବୌଦ୍ଧ ବ୍ଳକରେ ଗରୀବ ଲୋକଙ୍କ ଆବାସ ଯୋଜନା ମିଳୁନଥିବା ବେଳେ ଧନୀ ଲୋକଙ୍କୁ ମିଳୁଥିବା ନେଇ ଅଭିଯୋଗ ହୋଇଛି।

ବ୍ଳକର ତାଳସରଡା ପଞ୍ଚାୟତର ମାନେସର ଗ୍ରାମରେ ରହନ୍ତି ଜଗନ୍ନାଥ ବନଛୋର ଓ ତାଙ୍କ ସ୍ତ୍ରୀ। ଏମାନେ ଉଭୟେ ବାର୍ଦ୍ଧକ୍ୟ ଥିବା ବେଳେ ଏକ ଭଙ୍ଗା ଘରେ ରହୁଛନ୍ତି। ଘରଟିକୁ ଦେଖିଲେ କେତେବେଳେ ମାଡି ବସିବ କେହି କହିପାରିବ ନାହିଁ। କିନ୍ତୁ କିଛି ଉପାୟ ନଥିବାରୁ ଦୁହେଁ ଭଙ୍ଗା ଘରେ ପଡିରହିଛନ୍ତି। ଏପେଟ ସରକାର ଗରିବ ଲୋକଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଯୋଗାଇଦେଉଥିବା ନେଇ କହି ଆସୁଥିବା ବେଳେ ଜଗନ୍ନାଥଙ୍କୁ ଦେଖିଲେ, ଏହି ଯୋଜନା ଗରୀବଙ୍କୁ ନାଁ ଧନୀଙ୍କ ପାଇଁ ମନେହୁଏ। ଏନେଇ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୌଦାମିନି ନାଏକଙ୍କୁ ପଚାରିବାରୁ ତାଙ୍କର ନାମ ଇସିସିସି ତାଲିକାରେ ନ ଥିବାରୁ ତାଙ୍କୁ ମିଳିପାରିନଥିବା ପ୍ରକାଶ କରିଥିଲେ। ଏଣୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଲେ ପ୍ରକୃତ ଗରୀବ ହିତାଧିକାରୀ ଯୋଜାନର ଲାଭ ପାଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories