www.samajalive.in
Monday, December 8, 2025
16.1 C
Bhubaneswar

ଜାଣନ୍ତୁ, ପୂଜା ଘର ପାଇଁ ଥିବା କିଛି ବାସ୍ତୁ ଟିପ୍ସ ସମ୍ବନ୍ଧରେ ..

ଘରର ପୂଜା ଘର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଅଟେ। ଘରର ଯେଉଁ ଭାଗରେ ପୂଜା ଘର ରହିଥାଏ ସେଠାରେ ଅଧିକ ଶାନ୍ତି ଓ ଶକ୍ତି ମିଳିଥାଏ। ସମସ୍ତେ ନିଜ ଦିନର ଆରମ୍ଭ ଭଲରେ କରିବା ପାଇଁ ପୂଜା ଘର ତିଆରି କରିଥାଆନ୍ତି। ପୂଜା କରିବା ବେଳେ କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ସଠିକ୍ ନିୟମ ଓ ବିଧି ଦ୍ବାରା ଭଗବାନଙ୍କ ପୂଜା କରିବା ଦ୍ବାରା ଜୀବନରେ ସୁଖ-ସମୃଦ୍ଧି ହୋଇଥାଏ। ପୂଜା ଘର ପାଇଁ କିଛି ବାସ୍ତୁ ନିୟମ ରହିଛି। ସେହି ବାସ୍ତୁ ନିୟମ ମାନି ଚଳିବା ଦ୍ବାରା ଅନେକ ଅସୁବିଧାରୁ ମୁକ୍ତି ମିଳିଥାଏ।

ତେବେ ଆସନ୍ତୁ ଜାଣିବା ପୂଜା ଘର ପାଇଁ ବାସ୍ତୁ ନିୟମ ବିଷୟରେ ..

- Advertisement -

ପୂଜା ଘର ପାଇଁ ସଠିକ ଦିଗ :

ଘରେ ପୂଜା ଘର କରିବା ପାଇଁ ଅନେକ ନିୟମ ରହିଛି। ବାସ୍ତୁ ଅନୁଯାୟୀ, ଘରେ ପୂଜା ଘର ସର୍ବଦା ଐଶାନ୍ୟ କୋଣ ଅର୍ଥାତ ଉତ୍ତର-ପୂର୍ବ ଦିଗରେ କରିବା ଉଚିତ।

ପୂଜା କରିବା ପାଇଁ ଦିଗ :

ପୂଜା କରିବା ବେଳେ ସର୍ବଦା ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରିବା ଉଚିତ। ଧନ ପ୍ରାପ୍ତି ପାଇଁ ଉତ୍ତର ଦିଗକୁ ମୁହଁ କରି ପୂଜା କରିବା ଉଚିତ। ଜ୍ଞାନ ପ୍ରାପ୍ତି ପାଇଁ ପୂର୍ବ ଦିଗକୁ ମୁହଁ କରି ପୂଜା କରିବା ଉଚିତ।

ପୂଜା ସ୍ଥଳରେ ଏହି କାମ କରିବା ଉଚିତ୍ :

ପୂଜା ସ୍ଥଳରେ ସକାଳେ ଓ ସନ୍ଧ୍ୟା ବେଳେ ନିୟମିତ ରୂପେ ଦୀପ ପ୍ରଜ୍ବଳିତ କରିବା ଉଚିତ। ଏହାସହ ପୂଜା ଘରେ ସର୍ବଦା ଶଙ୍ଖ ରଖିବା ଉଚିତ। ଏପରି କରିବା ଦ୍ବାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏହାଦ୍ବାରା ପରିବାରରେ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ।

ଏଠାରେ ପୂଜା ଘର କରନ୍ତୁ ନାହିଁ :

କେବେ ବି ବାଥରୁମ ନିକଟରେ ପୂଜା ଘର କରନ୍ତୁ ନାହିଁ। ଏହାସହ ଷ୍ଟୋର ରୁମ ଓ ସିଡି ପାଖରେ ମଧ୍ୟ ପୂଜା ଘର କରିବା ଅନୁଚିତ।

ପୂଜା ଘରେ ଏହି ମୂର୍ତ୍ତି ରଖିବା ବର୍ଜନୀୟ :

ପୂଜା ଘରେ କୌଣସି ଭଗବାନଙ୍କ ଖଣ୍ଡିତ ମୂର୍ତ୍ତି ରଖନ୍ତୁ ନାହିଁ। ଏହାସହ ଜଣେ ଭଗବାନଙ୍କ ଅନେକ ମୂର୍ତ୍ତି ମଧ୍ୟ ରଖିବା ଅନୁଚିତ।

 

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories