ଇରାନରେ ନୂଆ ସଂସଦ ପାଇଁ ଚାଲିଛି ମତଦାନ

ଡେସ୍କ: ଇରାନରେ ନୂଆ ସଂସଦ ଚୟନ ପାଇଁ ମତଦାନ ଚାଲିଛି। ସର୍ବୋଚ୍ଚ ନେତାଙ୍କୁ ନିଯୁକ୍ତି ଦେବା କିମ୍ବା ବହିଷ୍କାର କରିବା ଦାୟିତ୍ୱରେ ଥିବା ଆସେମ୍ବଲି ଅଫ୍ ଏକ୍ସପର୍ଟ ନାମକ ଏକ ଶକ୍ତିଶାଳୀ କ୍ଲାରିକାଲ ସଂସ୍ଥାର ୮୮ ଜଣ ସଦସ୍ୟଙ୍କୁ ଚୟନ କରିବା ପାଇଁ ମଧ୍ୟ ମତଦାନ ହେଉଛି। ୪ ବର୍ଷ ପାଇଁ ୨୯୦ ଜଣ ସାଂସଦ ନିର୍ବାଚିତ ହୋଇଥିବା ବେଳେ ୮ ବର୍ଷ ପାଇଁ ୮୮ ଜଣ ମୌଲବୀଙ୍କୁ ଚୟନ କରାଯିବ। ପାଖାପାଖି ୮୫ ନିୟୁତ ଜନସଂଖ୍ୟା ବିଶିଷ୍ଟ ଦେଶରେ ୬୧.୨ ନିୟୁତରୁ ଅଧିକ ଲୋକ ମତଦାନ କରିବାକୁ ଯୋଗ୍ୟ ଅଟନ୍ତି।

ବିଶ୍ୱରେ ମହିଳା ସଶକ୍ତୀକରଣ ପାଇଁ ଭାରତ ଆଦର୍ଶ ପାଲଟିଛି – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

prayash

ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ଚାପକୁ ନେଇ ବଢୁଥିବା ଅସନ୍ତୋଷ ମଧ୍ୟରେ ଏହି ମତଦାନକୁ କ୍ଲରିକାଲ ପ୍ରତିଷ୍ଠାନର ଲୋକପ୍ରିୟତାର ଅଗ୍ନିପରୀକ୍ଷା ଭାବେ ବିବେଚନା କରାଯାଉଛି। ୨୦୨୨ରେ ପୁଲିସ ହେପାଜତରେ ୨୨ ବର୍ଷୀୟ ମହସା ଅମିନିଙ୍କ ମୃତ୍ୟୁ ପରେ ମାସ ମାସ ଧରି ଚାଲିଥିବା ଜନଆନ୍ଦୋଳନ ପରେ କ୍ଷତିଗ୍ରସ୍ତ ହୋଇଥିବା ଇରାନର ଶାସକମାନେ ନିଜର ବୈଧତା ବଢ଼ାଇବା ପାଇଁ ବିପୁଳ ଜନସମାଗମ କରିବାକୁ ଚାହୁଁଛନ୍ତି।

kalyan agarbati

Comments are closed.