www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ୱରେ ମହିଳା ସଶକ୍ତୀକରଣ ପାଇଁ ଭାରତ ଆଦର୍ଶ ପାଲଟିଛି – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଭାରତ ବିଶ୍ୱରେ ମହିଳା ସଶକ୍ତିକରଣ ପାଇଁ ଏକ ମଡେଲ ପାଲଟିଛି। ସୁଯୋଗ ମିଳିଲେ ସେମାନେ ସବୁ କ୍ଷେତ୍ରରେ ନିଜ ପୁରୁଷ ପ୍ରତିପକ୍ଷଙ୍କୁ ପଛରେ ପକାଇ ପାରିବେ ବୋଲି ଦେଶର ମହିଳାମାନେ ପ୍ରମାଣିତ କରିଛନ୍ତି।

ଇସ୍ରାଏଲ ସେନାର ଗୁଳିମାଡରେ ୧୦୪ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ

- Advertisement -

ଆଜି ସକାଳେ ଗଞ୍ଜାମ ଜିଲ୍ଲା ଭଞ୍ଜବିହାରଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଛନ୍ତି ଯେ ଭାରତ ଏହାର ସଶସ୍ତ୍ର ବାହିନୀ ଏବଂ ଅନ୍ୟାନ୍ୟ କ୍ଷେତ୍ରର ସ୍ଥାୟୀ କମିଶନରେ ମହିଳାମାନଙ୍କୁ ସାମିଲ କରିଛି ଯାହା ଏକଦା ପୁରୁଷମାନଙ୍କର ଏକଛତ୍ରବାଦ ଥିଲା। ମହିଳାଙ୍କ ସକ୍ରିୟ ଅଂଶଗ୍ରହଣରେ ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ୧୪୦ କୋଟି ଜନସଂଖ୍ୟାର ୪୯ ପ୍ରତିଶତ ଥିବା ଭାରତୀୟ ମହିଳାମାନଙ୍କୁ ଅଧିକ ସଶକ୍ତ କରିବାର ଆବଶ୍ୟକତା ରହିଛି ।

ଆଜି ଅପରାହ୍ନରେ କଟକଠାରେ ଓଡ଼ିଶାର ବ୍ରହ୍ମକୁମାରୀମାନଙ୍କ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସେ ସମ୍ବଲପୁର ଜିଲ୍ଲାର ସନ୍ଥ କବି ଭୀମ ଭୋଇଙ୍କ ସହ ସମ୍ପର୍କିତ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ। ସମ୍ବଲପୁରର ମିନି ଷ୍ଟାଡିୟମରେ ସେ ମହିମା ସଂପ୍ରଦାୟର ଅନୁଗାମୀଙ୍କୁ ଭେଟିବେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories