www.samajalive.in
Monday, December 15, 2025
24.1 C
Bhubaneswar

ପୁଲିସ ଏସ୍‌ଆଇ ଜାଲିଆତି ମାମଲା: ତଦନ୍ତ କରିବ ସିବିଆଇ, ସମସ୍ତ ତଥ୍ୟ ଦେବ କ୍ରାଇମବ୍ରାଞ୍ଚ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାର ତଦନ୍ତ କରିବ ସିବିଆଇ । ଏହି ମହାଦୁର୍ନୀତିର ତଦନ୍ତ କରି ଖୁଲାସା କରିବାକୁ ସିବିଆଇକୁ ଦାୟିତ୍ୱ ଦିଆଯାଇଛି । ସିବିଆଇକୁ ସମସ୍ତ ସହଯୋଗ କରିବ କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସିବିଆଇ ଅଧିକାରୀମାନେ ଆସିଲେ ଆମେ ସେମାନଙ୍କୁ ସମସ୍ତ ରେକର୍ଡ ହସ୍ତାନ୍ତର କରିବୁ । ଏହି ମାମଲାରେ ଆନ୍ତଃରାଜ୍ୟ ଲିଙ୍କ ଥିବାରୁ ସରକାର ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଘଟଣାରେ ଯେତେ ଯାହା ତଥ୍ୟା ମିଳଇଚି ସେସବୁ ସିବିଆଇକୁ ଦିଆଯିବ । ଏହି ଘଟଣାରେ ଏଯାବତ ମାଷ୍ଟର ମାଇଣ୍ଡକୁ ଧରିପାରିନି ପୁଲିସ । ଅନ୍ୟପଟେ ଗିରଫ ହୋଇଥିବା ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ମିଳିସାରିଛି ।

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories