ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂୂର୍ଣ୍ଣ ଘଟଣାକ୍ରମେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଆଜି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି) ମହାଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ମାମୁ ମେହୁଲ ଚୋକ୍ସି ଏବଂ ଅନ୍ୟମାନଙ୍କର ୨୧୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଅଭିଯୁକ୍ତମାନଙ୍କର ଦେଶ ତଥା ବିଦେଶରେ ରହିଥିବା ସମସ୍ତ ସମ୍ପତ୍ତିକୁ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆଇନ (ପିଏମ୍ଏଲ୍ଏ) ଅଧିନରେ ଜବତ କରିବାକୁ ତଦନ୍ତକାରୀ ଏଜେନ୍ସିର ମୁମ୍ବଇସ୍ଥିିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୩ଟି ନିର୍ଦେଶନାମା ଜାରି କରାଯାଇଥିଲା। ତେବେ ଏହି ସମ୍ପତ୍ତି ଜବତ କରାଇବା ନିର୍ଦେଶନାମା ଚୋକ୍ସି, ନିରବଙ୍କ ଘନିଷ୍ଠ ସହଯୋଗୀ ମିହିର ଭନ୍ସାଲି ଏବଂ ଏ.ପି. ଜେମ୍ସ ଆଣ୍ଡ୍ ଜୁଏଲେରୀ ପାର୍କ ନାମକ ଏକ କମ୍ପାନୀ ବିରୋଧରେ ଦିଆଯାଇଥିôବା ଜଣାଯାଇଛି। ଜବତ ହୋଇଥିବା ଏହି ସମ୍ପତ୍ତିର ମୋଟ ମୂଲ୍ୟ ୨୧୮.୪୬ କୋଟି ଟଙ୍କା ହେବ ବୋଲି ଇଡିର ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଏହି ମାମଲାରେ ଇଣ୍ଟରପୋଲ୍ ଭନ୍ସାଲିିଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଛି।
Popular Categories


