ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା; କାର୍ଯ୍ୟ ସରିବାର ୫ ବର୍ଷ ପରେ ଲଗାଯାଉଛି ସୂଚନା ଫଳକ 

ବେଗୁନିଆ : ଭୁବନେଶ୍ୱର ନିର୍ବାହୀଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିନସ୍ଥ ବେଗୁନିଆ ସେକ୍ସନରେ ଚାଲିଥିବା ରାସ୍ତା କାର୍ଯ୍ୟଠାରୁ ଆରମ୍ଭ କରି ଗୃହ କାର୍ଯ୍ୟଗୁଡିକରେ ସୂଚନା ଫଳକ ମରାଯାଉ ନଥିବା ଦେଖିବାକୁ ମିଳୁଛି । କାର୍ଯ୍ୟ ଆରମ୍ଭ ପୂର୍ବରୁ କାର୍ଯ୍ୟ ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ଥାଇ ସୂଚନା ଫଳକ ମାରିବା ପାଇଁ ସରକାରୀ ନିର୍ଦେଶ ଥିବାବେଳେ ବିଭାଗୀୟ କର୍ମଚାରୀମାନେ ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ବିଭାଗ ତରଫରୁ ସୂଚନା ଫଳକ ମାରିବା ପାଇଁ ଆଗ୍ରହ ପ୍ରକାଶ କରାଯାଉନାହିଁ କାହିଁକି ? ଲୋକମାନଙ୍କ ନଜରଠାରୁ ଦୂରରେ ରହି ନିମ୍ନ ମାନର କାର୍ଯ୍ୟ କରାଯାଉଥିବାରୁ କର୍ମଚାରୀମାନେ କାର୍ୟ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲଗାଇବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି । କେଉଁଠାରେ ଆଦୌ ସୂଚନା ଫଳକ ମରାଯାଉ ନଥିବା ବେଳେ ଆଉ କେଉଁଠାରେ ୫ ବର୍ଷ ପରେ ସୂଚନା ଫଳକ ମରାଯାଇ କିଛିଦିନ ଅନ୍ତରରେ ଖୋଲି ନିଆଯାଉଛି । ଏହିସବୁ ଘଟଣା ପଛରେ କଣ ରହସ୍ୟ ରହିଛି ତାହା ଜନସାଧାରଣ ଜାଣିପାରୁନାହାନ୍ତି । ଏବେ ଏସଆରଏଲ, ୦୯ଜାତୀୟ ରାଜପଥ ୫୭ ବାମଡିହଠାରୁ ଡିଙ୍ଗର ଭାୟା ଚଣ୍ଡିଆପଲ୍ଲା ରାସ୍ତାରେ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କାର୍ଯ୍ୟ ହୋଇଥିବା ରାସ୍ତାରେ ୫ବର୍ଷ ପରେ ପିରିଅଡିକାଲ ମେଣ୍ଟେନାନ୍ସ ପରେ ରାସ୍ତାରେ ସୂଚନା ଫଳକ ମରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତ ୫ ବର୍ଷ ତଳେ ୬.୮୬୧କିମି ଦୈର୍ଘ୍ୟ ରାସ୍ତାର ଅଟକଳ ମୂଲ୍ୟ ୪୪୦.୩୦ ଲକ୍ଷ ଥିବାବେଳେ୨୦୧୮ମସିହାରେ ଉକ୍ତ ରାସ୍ତାକର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ସେ ସମୟରେ ଉକ୍ତ ରାସ୍ତାରେ ସୂଚନା ଫଳକ ମରାଯାଇ ନଥିବାବେଳେ ଏବେ ୫ ବର୍ଷ ପରେ ଉକ୍ତ ରାସ୍ତାର ରକ୍ଷଣା ବେକ୍ଷଣ ପାଇଁ ଥିବା ୩୭.୨୯ ଲକ୍ଷ ଟଙ୍କାରେ ପିରିଅଡିକାଲ ମେଣ୍ଟେନାନ୍ସ କରାଯାଇଛି । ଏବଂ ତାପରେ ସୂଚନା ଫଳକ ମରାଯାଇଛି । କିନ୍ତୁ ସୂଚନା ଫଳକ ସମ୍ପୂର୍ଣ୍ଣ ମରା ନଯାଇ ଅନ୍ୟ ଗୋଟିଏ ଆଙ୍ଗଲରେ ବୋର୍ଡ଼ ମରା ନଯାଇ ଖାଲିପଡ଼ିଛି । ସେଥିରେ ନାଁ ଅଛି ବୋର୍ଡ଼ ନାଁ ଲୋକମାନେ କୌଣସି ତଥ୍ୟ ପାଇ ପାରୁଛନ୍ତି ।

prayash

ଅନ୍ୟପଟେ ଦୀର୍ଘବର୍ଷ ହେବ ସରକାର ଖୋର୍ଦ୍ଧା ବଲାଙ୍ଗୀର ରାସ୍ତାକୁ ୨୨୪ ନଂ ପରିବର୍ତ୍ତେ ୫୭ ନଂ ଜାତୀୟ ରାଜପଥର ମାନ୍ୟତା ପ୍ରଦାନ କରିଥିବାବେଳେ ସମ୍ପୃକ୍ତ ବିଭାଗୀୟ କର୍ମଚାରୀମାନଙ୍କର ନିର୍ବୋଧତା ଯୋଗୁଁ ବୋର୍ଡ଼ରେ ଏବେ ୨୨୪ ନଂ ଜାତୀୟ ରାଜପଥ ବୋଲି ଉଲ୍ଲେଖ କରାଯାଇଛି । ପୁନଶ୍ଚ କାର୍ଯ୍ୟ ଆରମ୍ଭ ଏବଂ ଶେଷ ହେବାର ତାରିଖ ମଧ୍ୟରେ ତାଳ ମେଳ ରହୁ ନଥିବା ଦେଖିବାକୁ ମିଳିଛି । ୨୦୨୧ ମସିହା ଡିସେମ୍ବର ମାସ୨୦ତାରିଖରେ ଉକ୍ତ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ୨୦୨୨ ମସିହା ନଭେମ୍ବର ମାସ୧୯ ତାରିଖରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତାପରେ ଏକ ବର୍ଷ ପରେ ୨୦୨୨ମସିହା ନଭେମ୍ବର ମାସ୨୦ ତାରିଖରେ ରକ୍ଷଣା ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୨ମସିହା ନଭେମ୍ବର ୨୦ତାରିଖରେ ଶେଷ ହୋଇଛି । ବର୍ଷକ ଭିତରେ ଯେଉଁଦିନ କାର୍ଯ୍ୟ ଶେଷ ହେଲା ତାପରଦିନ ରକ୍ଷଣାବେକ୍ଷଣ କାର୍ଯ୍ୟ ଆରମ୍ଭ ହେଲା କେମିତି । ଏବଂ ସେହିଦିନ ଆରମ୍ଭ କରାଯାଇ ସେହି ଗୋଟିଏ ଦିନରେ ଶେଷ କରାଗଲା । ସୂଚନା ଫଳକରେ ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଇ ସମ୍ପୃକ୍ତ ବିଭାଗୀୟ କର୍ମଚାରୀମାନେ ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଲୋକମାନେ ଆଲୋଚନା କରୁଛନ୍ତି ।

ସେହିପରି ଅନ୍ୟ ଏକ ଘଟଣାରେ କୁଞ୍ଜୁରୀଠାରୁ ଭାଟପଡା ପର୍ୟ୍ୟନ୍ତ ମୋଟ ୪.୦୩କିମି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତା କାର୍ଯ୍ୟ ଗତ ୫ ବର୍ଷ ତଳେ ଶେଷ ହୋଇଥିବାବେଳେ ରକ୍ଷଣାବେକ୍ଷଣ କାର୍ଯ୍ୟ ଗତ ଏକ ମାସ ତଳେ ଶେଷ ହୋଇଛି । କିନ୍ତୁ ସୂଚନା ଫଳକରେ ରକ୍ଷଣା ବେକ୍ଷଣ କାର୍ଯ୍ୟ ଆରମ୍ଭ ୨୦୧୭ ମାର୍ଚ୍ଚ ୩୧ ତାରିଖ ରହିଥିବାବେଳେ ୨୦୨୧ମାର୍ଚ୍ଚ ୩୧ତାରିଖ ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ ହୋଇଥିବାର ଏକ ସୂଚନା ଫଳକ ବରପଦାଠାରୁ ଡାଳତୋଳା ଯିବା ମଝି ରାସ୍ତାରୁ ସମ୍ପୃକ୍ତ ରାସ୍ତାଟି ଆରମ୍ଭ ହୋଇଥିବା ସ୍ଥାନରେ ଗତ ଏକ ମାସ ତଳେ ସୂଚନା ଫଳକଟି ମରାଯାଇଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ ସମ୍ପୃକ୍ତ ରାସ୍ତାର ରକ୍ଷଣା ବେକ୍ଷଣ କାର୍ଯ୍ୟ କରିବା ପାଇଁ ଯଦି ୫ବର୍ଷ ଲାଗୁଛି ତାହେଲେ ରାସ୍ତା ନିର୍ମାଣ କେତେ ବର୍ଷରେ ହୋଇଥିଲା । କିନ୍ତୁ ରାସ୍ତାରେ ସୂଚନା ଫଳକଟି ୧୫ ଦିନ ରହିବା ପରେ କଣ ପାଇଁ ରାସ୍ତାରୁ ଏହି ବୋର୍ଡ଼ଟିକୁ ଏବେ ଉଠାଇ ନେଇଥିବାର ଦେଖିବାକୁ ମିଳୁଛି । ସୂଚନା ଫଳକଟି ଲଗାଯିବାର ୧୫ ଦିନ ଭିତରେ ରାସ୍ତାରୁ ଉଠାଇ ନେବା ପଛରେ କଣ ରହସ୍ୟ ରହିଛି ତାହା କେବଳ ବିଭାଗୀୟ କର୍ମଚାରୀମାନଙ୍କୁ ଜଣା ବୋଲି ଲୋକମାନେ କହୁଛନ୍ତି।

kalyan agarbati

Comments are closed.