www.samajalive.in
Monday, December 15, 2025
24.1 C
Bhubaneswar

ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ଣ ୧୧ଟାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହିତ ଆଭାସୀ ଜରିଆରେ ଭାବ ବିନିମୟ କରିବେ। ଏହି ଯାତ୍ରା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଲାଗି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ
ମୋଦୀ ‘ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ୍‌‌ କେନ୍ଦ୍ର’ର ମଧ୍ୟ ଶୁଭାରମ୍ଭ କରିବେ। ଏହି ବୈଷୟିକ ସହାୟତା ମାଧ୍ୟମରେ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଜୀବିକାର୍ଜନ ନିମନ୍ତେ ସୁଯୋଗ ମିଳିପାରିବ ବୋଲି ସରକାରୀ ଭାବେ କୁହାଯାଉଛି। ଆସନ୍ତା ୩ ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧୫ ହଜାର ଡ୍ରୋନ୍‌‌ ଯୋଗାଇ ଦିଆଯିବ। ଡ୍ରୋନ୍‌‌ ଉଡ଼ାଇବା ଏବଂ ସେଗୁଡ଼ିକୁ ଠିକ୍‌‌ ଭାବେ ବ୍ୟବହାର କରିବା ଲାଗି ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏପରିକି କୃଷି କ୍ଷେତ୍ରରେ ଏଭଳି ବୈଷୟିକ ସହାୟତା ବିନିଯୋଗ ଲାଗି ଏହି ବ୍ୟବସ୍ଥା ପ୍ରୋତ୍ସାହନ ଦେବ।
ଏତଦ୍‌‌ବ୍ୟତୀତ ପ୍ରଧାନମନ୍ତ୍ରୀ ଆଜି ବିହାରର ଦେଓଘର ଏମ୍ସଠାରେ ୧୦ ହଜାରତମ ଜନଔଷଧି କେନ୍ଦ୍ରକୁ ଲୋକାର୍ପଣ କରିବେ। ଶ୍ରୀ ମୋଦୀ ଆଜି ଏହି ଅବସରରେ ଦେଶରେ ଜନଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଜନଔଷଧି କେନ୍ଦ୍ର ମାଧ୍ୟମରେ ଜନସାଧାରଣଙ୍କୁ ସୁଲଭ ଓ ସହଜରେ ଔଷଧ ଉପଲବ୍ଧ କରାଇବା ହେଉଛି କେନ୍ଦ୍ର ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ । ଚଳିତବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ପାଇଁ ଡ୍ରୋନ୍‌‌ ଯୋଗାଇଦେବା ଏବଂ ଜନଔଷଧୀ କେନ୍ଦ୍ରର ସଂଖ୍ୟାକୁ ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି
କରିବା ଲାଗି ଘୋଷଣା କରିଥିଲେ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories