www.samajalive.in
Saturday, December 6, 2025
26.1 C
Bhubaneswar

ମାର୍ଗଶୀରରେ ଶଙ୍ଖ ପୂଜା : ହୋଇଥାଏ ସୁଖ ପ୍ରାପ୍ତି

ମାର୍ଗଶୀର ମାସର ଧାର୍ମିକ ମହତ୍ତ୍ୱ ସହ ବାସ୍ତୁ ଅନୁଯାୟୀ ମଧ୍ୟ ଏହାର ବିଶେଷତ୍ୱ ରହିଛି। ଏହି ମାସରେ ମା’ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଖୁବ ଶୁଭଙ୍କର। ଏହାଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଏହି ମାସରେ ପ୍ରତିଦିନ କର୍ପୂର ଜଳାନ୍ତୁ। ଘରର ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ।
ଏହି ମାସରେ ଘରେ ପ୍ରତିଦିନ ଶଙ୍ଖ ବଜାନ୍ତୁ। ଗୀତା ପାଠ କରନ୍ତୁ।
ଘରର ମୁଖ୍ୟ ଦ୍ୱାର ନିକଟରେ ସୁନ୍ଦର ସୁନ୍ଦର ଝୋଟି ଆଙ୍କନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ସର୍ବଦା ମିଳିଥାଏ। ଘରେ ନିଶ୍ଚୟ ଗଙ୍ଗାଜଳ ଛିଞ୍ଚନ କରନ୍ତୁ। ଏହା ଖୁବ ଶୁଭ।
ଶଙ୍ଖରେ ନିଶ୍ଚୟ ଜଳ ରଖନ୍ତୁ। ଶଙ୍ଖର ପୂଜା ମଧ୍ୟ କରନ୍ତୁ।
ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରନ୍ତୁ। ଅଧିକ ସମୟ ଯାଏଁ ଶୟନ କରନ୍ତୁ ନାହିଁ।
ପୁରାଣ ଅନୁଯାୟୀ ବିଧିବିଧାନ ପୂର୍ବକ ମାର୍ଗଶୀର ମାସରେ ଶଙ୍ଖର ପୂଜା କରିବା ଅତ୍ୟନ୍ତ ଶୁଭ ଅଟେ। ଯେଉଁ ପ୍ରକାରରେ ସମସ୍ତ ଦେବାଦେବୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ, ସେହି ପ୍ରକାରରେ ଶଙ୍ଖର ପୂଜା କରିବା ଆବଶ୍ୟକ। ସାଧାରଣ ଶଙ୍ଖ ମଧ୍ୟ ଶ୍ରୀକୃଷ୍ଣଙ୍କ ପଞ୍ଚଜନ୍ୟ ଶଙ୍ଖ ସମାନ ଶୁଭ ଫଳ ପ୍ରଦାନ କରେ, କାରଣ ଏହା ପ୍ରଭୁ ଶ୍ରୀକୃଷ୍ଣଙ୍କର ପ୍ରିୟ ଅଟେ।
ଶଙ୍ଖ ପୂଜାର ମହତ୍ତ୍ୱ..
ସମସ୍ତ ଶୁଭ କାର୍ଯ୍ୟରେ ଶଙ୍ଖର ବିଶେଷ ସ୍ଥାନ ରହିଛି। ଶଙ୍ଖର ଜଳ ସମସ୍ତଙ୍କୁ ପବିତ୍ର କରିଥାଏ ବୋଲି କୁହାଯାଏ। ତେଣୁ ସମସ୍ତ ପୂଜା ପରେ ଏହାର ଜଳକୁ ଶ୍ରଦ୍ଧାଳୁଙ୍କ ଉପରେ ଛିଞ୍ଚା ଯାଇଥାଏ।
ଶଙ୍ଖକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ। ଏହାକୁ ପୂଜା କଲେ ମା’ପ୍ରସନ୍ନ ହୋଇଥାଆନ୍ତି ବୋଲି କୁହାଯାଏ। ତେଣୁ ଶଙ୍ଖକୁ ନିୟମିତ ପୂଜା କରାଯାଉଥିବା ଘରେ ଧନର ଅଭାବ ହୋଇନଥାଏ।
ବିଷ୍ଣୁ ପୁରାଣ ଅନୁଯାୟୀ ଦେବୀ ମହାଲକ୍ଷ୍ମୀ ସମୁଦ୍ରଙ୍କର କନ୍ୟା ଅଟନ୍ତି ଏବଂ ସମୁଦ୍ର ମନ୍ଥନ ସମୟରେ ଶଙ୍ଖ ପ୍ରକଟ ହୋଇଥିଲେ। ଏହି କାରଣରୁ ଶଙ୍ଖକୁ ମା’ଲକ୍ଷ୍ମୀଙ୍କର ଭାଇ ବୋଲି କୁହାଯାଇଥାଏ। ତେଣୁ ଏହାର ପୂଜା କରିବା ଦ୍ୱାରା ଭକ୍ତଙ୍କୁ ସମସ୍ତ ପ୍ରକାରର ସୁଖ ପ୍ରାପ୍ତି ହୋଇଥାଏ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories