www.samajalive.in
Monday, December 15, 2025
24.1 C
Bhubaneswar

ପାପୁଆ ନିୟୁ ଗିନି ଓ ଫିଜିର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ଫିଜି ଦେଶର ପ୍ରଧାନମନ୍ତ୍ରୀ ସିତ୍ବାନୀ ରାବୁକାଙ୍କ ଦ୍ବାରା ମୋଦୀଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ ‘କମ୍ପାନିୟନ ଅଫ୍‌ ଦି ଅର୍ଡର ଅଫ୍‌ ଫିଜି’ରେ ସମ୍ମାନିତ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜି ପର୍ଯ୍ୟନ୍ତ କେବଳ ଅଳ୍ପ କେତେକ ଅଣ ଫିଜି ଲୋକ ଏହି ସମ୍ମାନ ପାଇଛନ୍ତି। ତେଣୁ ଭାରତ ପାଇଁ ଏହି ସମ୍ମାନର ଭିନ୍ନ ମହତ୍ତ୍ୱ ରହିଛି। ଏଥିସହ ରିପବ୍ଲିକ୍ ଅଫ୍‌ ପଲାଉ ପକ୍ଷରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ମାନିତ କରାଯାଇଛି।


ରିପବ୍ଲିକ୍ ଅଫ୍‌ ପଲାଉ ମୋଦୀଙ୍କୁ ‘ଏବାକ୍ଲ ଆୱାର୍ଡ଼(Ebakl Award)’ରେ ସମ୍ମାନିତ କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଦୁଇ ପୁରସ୍କାର ପାପୁଆ ନିୟୁ ଗିନିରେ ପ୍ରଦାନ କରାଯାଇଛି। ପିଏମଓ ଇଣ୍ଡିଆ ପକ୍ଷରୁ ଟ୍ବିଟରରେ ଏକ ପୋଷ୍ଟ ଶେୟାର କରାଯାଇଛି। ଏଥିରେ ଲେଖାହୋଇଛି, ପଲାଉ ରାଷ୍ଟ୍ରପତି ସୁରଙ୍ଗେଲ ହ୍ବିପ୍ସ ଜୁନିୟର ପ୍ରଧାନମନ୍ତ୍ରୀଙ୍କୁ ‘ଏବାକ୍ଲ’ ସମ୍ମାନ ପ୍ରଦାନ କରିଛନ୍ତି। ଏହା ପଲାଉ ଲୋକଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଉପକରଣ ମଧ୍ୟରୁ ଗୋଟିଏ ଏବଂ ଏହାର ସ୍ଥାନୀୟ ସଂସ୍କୃତି ସହ ଗଭୀର ସମ୍ପର୍କ ରହିଛି, ଯାହାକି ନେତୃତ୍ବ ଓ ଜ୍ଞାନ ମଧ୍ୟ ପ୍ରତୀକ।

- Advertisement -


ପାପୁଆ ନିୟୁ ଗିନି ପକ୍ଷରୁ ମଧ୍ୟ ପିଏମ ମୋଦୀଙ୍କୁ ଦେଶର ସର୍ବୋଚ୍ଚ ପୁରସ୍କାର ‘କମ୍ପାନିୟନ ଅଫ୍‌ ଦି ଅର୍ଡର ଅଫ୍‌ ଲୋଗୋହୁ’ରେ ସମ୍ମାନିତ କରାଯାଇଛି। ପାପୁଆ ନିୟୁ ଗିନି ପକ୍ଷରୁ ଏହି ପୁରସ୍କାର ଖୁବ୍‌ କମ୍‌ ଲୋକଙ୍କୁ ପ୍ରଦାନ କରାଯାଇଛି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories