www.samajalive.in
Monday, December 8, 2025
20.1 C
Bhubaneswar

ସୁନ୍ଦର ତ୍ୱଚା ପାଇଁ ବରଫ ଖଣ୍ଡ

ବରଫକୁ ବିଭିନ୍ନ କାମ ପାଇଁ ବ୍ୟବହାର କରାଯାଏ। ଖରାଦିନେ ତ୍ୱଚାରେ ବରଫ ଲଗାଇବା ଦ୍ୱାରା ଅନେକ ଉପକାର ମିଳିଥାଏ।
ସୁନେଲି ରଙ୍ଗର ତ୍ୱଚା ପାଇଁ ବରଫ ଖଣ୍ଡକୁ ଏକ ସୂତା କପଡାରେ ରଖି ୩୦ ସେକେଣ୍ଡ ଯାଏଁ ମାଲିସ କରନ୍ତୁ। ସିଧାସଳଖ ବରଫକୁ ନିଜ ତ୍ୱଚାରେ ଲଗାନ୍ତୁ ନାହିଁ।
ଖରାସମୟରେ ସନବର୍ନର ସମସ୍ୟା ଅଧିକ ହୋଇଥାଏ। ତେଣୁ ଘରୁ ବାହାରକୁ ଯିବା ପୂର୍ବରୁ ତ୍ୱଚାରେ ତୁଳସୀପତ୍ରର ବରଫ ପ୍ରସ୍ତୁତ କରି ଏହାକୁ ତ୍ୱଚାରେ ମାଲିସ କରନ୍ତୁ।
କମ୍ପ୍ୟୁଟର –ଲାପଟପ୍‌‌ରେ କାମ କରିବା ଦ୍ୱାରା ଆଖି ଅଧିକ ଥକ୍କିବା ଭଳି ଅନୁଭବ ହୋଇଥାଏ। ଶୋଇବା ପୂର୍ବରୁ ଗୋଲାପ ଜଳରେ ବରଫ ଖଣ୍ଡ ପ୍ରସ୍ତୁତ କରି ଏହାକୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଆଖିରେ ମାଲିସ କରନ୍ତୁ।
ଆଖି ନିକଟରେ କୁଞ୍ଚନ ଓ କଳାଦାଗ ସୃଷ୍ଟି ହେଉଥିଲେ ଏଲୋବେରା ଜେଲ୍‌‌ରେ ବରଫ ଖଣ୍ଡ ପ୍ରସ୍ତୁତ କରି ୧୫ ସେକେଣ୍ଡ ଯାଏଁ ଆଖିରେ ମାଲିସ କରନ୍ତୁ।
ତ୍ୱଚାରେ ଥିବା ବିଭିନ୍ନ ଦାଗ ଦୂର ପାଇଁ କାକୁଡି ଓ ଲେମ୍ବୁ ରସରେ ବରଫ ଖଣ୍ଡ ପ୍ରସ୍ତୁତ କରି ଏହାକୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ତ୍ୱଚାରେ ମାଲିସ କରନ୍ତୁ।
ଆଖିତଳର କଳା ଦାଗ ଦୂର ପାଇଁ ନିୟମିତ ଆଳୁ ରସ,କଫି କିମ୍ବା ଚକୋଲେଟ୍‌‌ ଗୁଣ୍ଡର ବରଫ ଖଣ୍ଡ ପ୍ରସ୍ତୁତ କରି ଏହାକୁ ବ୍ୟବହାର କରନ୍ତୁ।
ପ୍ରବଳ ଗରମ ହେତୁ ତ୍ୱଚାରେ ଜଳାପୋଡା ହେବା ଭଳି ଅନୁଭବ ହୋଇଥାଏ। ବାହାରୁ ଘରୁ ଆସିବାର କିଛି ସମୟରେ ବରଫ ଖଣ୍ଡରେ ତ୍ୱଚାକୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ମାଲିସ କରନ୍ତୁ।

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories