ପ୍ରଧାନମନ୍ତ୍ରୀ ସୁରକ୍ଷା ଲଙ୍ଘନ ମାମଲା, ପଞ୍ଜାବ ସରକାରକୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଲା କେନ୍ଦ୍ର

ଡେସ୍କ: ୨୦୨୨ ଜାନୁଆରୀ ୫ ତାରିଖରେ ପଞ୍ଜାବ ଗସ୍ତରେ ଯିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଲଙ୍ଘନ ମାମଲାରେ ରାଜ୍ୟ ସରକାର କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ସେ ନେଇ କେନ୍ଦ୍ର ସରକାର ରିପୋର୍ଟ ତଲବ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ଏହି ବିଷୟ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଲଙ୍ଘନ ମାମଲା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି।

ଏହି ଘଟଣାକୁ ବର୍ଷେରୁ ଅଧିକ ସମୟ ବିତିଥିଲେ ମଧ୍ୟ ପଞ୍ଜାବ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କରୁଥିବାରୁ, ସ୍ୱରାଷ୍ଟ୍ର ସଚିବ ଅଜୟ ଭଲା ପଞ୍ଜାବ ମୁଖ୍ୟ ଶାସନ ସଚିବ ବିଜୟ କୁମାର ଜନୁଜାଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି। ପୂର୍ବରୁ ଏହି ଘଟଣାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ତଦନ୍ତକାରୀ କମିଟି ୬ ମାସ ପୂର୍ବରୁ ରିପୋର୍ଟ ଉପସ୍ଥାପନ କରିସାରିଛନ୍ତି ଯେଉଁଥିରେ ପୂର୍ବତନ ମୁଖ୍ୟଶାସନ ସଚିବ ଅନିରୁଦ୍ଧ ତିୱାରୀ, ପୁଲିସ ମୁଖ୍ୟ ଏସ. ଚଟ୍ଟୋପାଧ୍ୟାୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

Comments are closed.