ଆସପାୟର ପକ୍ଷରୁ ରକ୍ତଦାନ ଶିବିର

ପାଟଣା: ଆସପାୟର ସଂଗଠନ ପକ୍ଷରୁ ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ପଞ୍ଚାୟତ ଭବନ ଠାରେ ଏକ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଛି। ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକଙ୍କ ଉପସ୍ଥିତିରେ ଓଡ଼ିଶା ବ୍ଲଡ଼ ବ୍ୟାଙ୍କ କେନ୍ଦୁଝର ଶାଖାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଆସପାୟର ସଙ୍ଗଠନର ରାଜ୍ୟ ସଂଯୋଜକ ରବି କୁମାର, ଟିମ ସଦସ୍ୟ ଶୋଭା, ସତୀଶଙ୍କ ସହ ସମାଜ ସେବି ଇଂ ବିଦ୍ୟାଧର ଦାଶ, ବଡପାଟଣା ସରପଞ୍ଚ ବିନତି ବାନରା, ପିଇଓ ସୁଧାଂଶୁ ପାଇକରାୟ, କଣ୍ଟିଆପଡା ସମିତି ସଭ୍ୟା ସଂଜୁଲତା ମହାନ୍ତ, ମହେଶ୍ୱେତା ଦାସ,ଧ୍ରୁବ ଚରଣ ରାଉତ, ଆସପାୟର ବ୍ଲକ ସଂଯୋଜକ ଶିଶିର କୁମାର ଦାସ ଓ ଅନ୍ୟମାନେ ଶିବିର ପରିଚାଳନା କରିଥିବା ବେଳେ ଏଠାରେ ମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

Comments are closed.