www.samajalive.in
Monday, December 15, 2025
24.1 C
Bhubaneswar

ଆଜିଠାରୁ ବେଙ୍ଗାଲୁରୁ ଟେକ ସମିଟ ୨୦୨୦, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ ବେଙ୍ଗାଲୁରୁ ବୈଷୟିକ ଶିଖର ବୈଠକକୁ ଭିଡିଓ କନଫରେନସିଂ ଜରିଆରେ ଉଦଘାଟନ କରିବେ। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡକ୍ଟର ସି.ଏନ୍‍. ଆଶ୍ୱଥ୍‍ ନାରାୟଣା କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୨ ବର୍ଷ ତଳେ ଏହି ଉତ୍ସବର ଶୁଭାରମ୍ଭ କରିଥିଲେ ଏବଂ ଆଜି ୨୩ତମ ପ୍ରଯୁକ୍ତି ଶିଖର ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‍ଘାଟନୀ ଭାଷଣ ଶୁଣିବା ପାଇଁ ସମସ୍ତେ ଆଗ୍ରହର ସହ ପ୍ରତୀକ୍ଷା କରି ରହିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‍ ମୋରିସନ୍‍ ଏବଂ ସ୍ୱିଜରଲାଣ୍ଡ ଉପରାଷ୍ଟ୍ରପତି ଗାଏ ପାରମାଲିନ୍‍ ତଥା ବହୁ ବିଶ୍ୱସ୍ତରୀୟ ପ୍ରମୁଖ ନେତାଏହି ଉଦ୍‍ଘାଟନୀ ସମାରୋହରେ ଯୋଗ ଦେବେ।

ଆଜିଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବାଏହି ଶିଖର ବୈଠକରେ ୪ ହଜାର ପ୍ରତିନିଧି ଏବଂ ୨୭୦ ଜଣ ବକ୍ତା ଯୋଗ ଦେଉଥିବା ବେଳେ ୭୫ଟି ପ୍ରସଙ୍ଗ ଉପରେ ଆଲୋଚନା ହେବ। ଭାରତର ୫୦ରୁ ଊର୍ଦ୍ଧ୍ବ ବୈଷୟିକ ଷ୍ଟାର୍ଟ ଅପ୍‍ ୟୁରୋପୀୟ କମ୍ପାନୀଗୁଡିକ ସେମାନଙ୍କର ପ୍ରଯୁକ୍ତି ଜ୍ଞାନକୌଶଳ ପ୍ରଦର୍ଶନ କରିବେ। ଏହି ଅବସରରେ କର୍ଣ୍ଣାଟକ ଓ ନେଦରଲାଣ୍ଡ ମଧ୍ୟରେ ସାଇବର୍‍ ନିରାପତା ଓ କୃଷି ଜ୍ଞାନକୌଶଳ ଉପରେ ଦୁଇଟି ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories